ବାଲେଶ୍ୱର (କେନ୍ୟୁଜ) : ମୁଁ ଓଡିଆ ଭାରି ବଢ଼ିଆ। କାହିଁକିନା ଓଡ଼ିଆ ପରମ୍ପରା ଓ ସଂସ୍କୃତି ଭିତରେ ରହିଥାଏ ବହୁତ କିଛି ସ୍ୱତନ୍ତ୍ରତା। ଓଡ଼ିଆ ଙ୍କ ପିନ୍ଧିବା , ଖାଇବା ଓ ଚଳଣି ସ୍ୱତନ୍ତ୍ର ଭାବେ ବାରି ହୋଇପଡ଼ି ଥାଏ । ବିଶେଷ କରି ଓଡ଼ିଆ ପାରମ୍ପାରିକ ଖାଦ୍ୟ ଓ ତାର ରୁଚି ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଥାଏ । ସହର ମାନଙ୍କରେ ଓଡିଆ ଘରର ପାରମ୍ପରିକ ଖାଦ୍ୟର ବାସ୍ନା ସ୍ୱପ୍ନ ଭଳି ହୋଇଗଲାଣି। ଆମେ ଯେତେ ଷ୍ଟାର ହୋଟେଲ ଏବଂ ରେସ୍ତୋରାଁରେ ବସିକି ଖାଆନ୍ତି ପଛେ କିନ୍ତୁ ଗାଁ ଖାଦ୍ୟର ସ୍ୱାଦ ଆଉ ବାସ୍ନା ସବୁଠୁ ନିଆରା।
ଗାଁ ରେ ବଞ୍ଚିରହିଛି ଓଡ଼ିଆ ସଂସ୍କୃତି ଓ ପରମ୍ପରା । ସେହିଭଳି ଗାଁ ର ଯାନିଯାତ୍ରା ,ପର୍ବପର୍ବାଣୀ ସହ ପାରମ୍ପରିକ ଖାଦ୍ୟର ଅନେକ ସ୍ୱତନ୍ତ୍ରତା ରହିଛି । ଯେମିତିକି କହିପାରିବା ଏହି ପାରମ୍ପରିକ ଖାଦ୍ୟ ଭିତରେ ଲୁଚି ରହିଛି ଓଡ଼ିଶାର ମହକ । ଓଡ଼ିଶାର ସାଧାରଣତଃ ଉତ୍ତର ଓଡ଼ିଶାରେ କିଛି ନିଆରା ପାରମ୍ପରିକ ଖାଦ୍ୟ ରହିଛି । ଯାହାକି ବିଶେଷ କରି ଗ୍ରାମାଞ୍ଚଳ ରେ ଦେଖିବାକୁ ମିଳୁଥିବା ବେଳେ ଯାହାର ସ୍ାଦ ଅତ୍ୟନ୍ତ ରୁଚିକର ଓ ସ୍ୱାସ୍ଥ୍ୟକର ମଧ୍ୟ । କିନ୍ତୁ ଦିନକୁ ଦିନ ପରମ୍ପରା ଲୋପ ପାଇ ଯାଉଥିବା ବେଳେ ସେହି ଅନୁସାରେ ଆମ ରୁଚି ମଧ୍ୟ ବଦଳି ଯିବା ସହ ଖାଦ୍ୟ ପଦାର୍ଥ ରେ ପରିବର୍ତନ ମଧ୍ୟ ଦେଖିବାକୁ ମିଳିଥାଏ । ଆଉ ଧିରେ ଧିରେ ଗାଁ ଚୁଲି ମୁଣ୍ଡରୁ ପ୍ରସ୍ତୁତ ହେଉଥିବା ସେହି ଖାଦ୍ୟ ପଦାର୍ଥ ସବୁ ବିଲୁପ୍ତ ହେବାକୁ ବସିଲାଣି । ଏହି ଓଡ଼ିଆ ପାରମ୍ପରିକ ଖାଦ୍ୟର ଚାହିଦା ମୁତାବକ ତାକୁ ପ୍ରସ୍ତୁତ କରି ବରାଦି ଅନୁସାରେ ପହଞ୍ଚାଇବା ପାଇଁ ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି ବାଲେଶ୍ଵର ଜିଲ୍ଲାରେ କିଛି ଗ୍ରାମାଞ୍ଚଳର ମହିଳା । ଓଡ଼ିଆ ଘରର ଭଳିକି ଭଳି ବ୍ୟଞ୍ଜନ ପ୍ରସ୍ତୁତ କରି ହୋମ ଡେଲିଭରି କରୁଛନ୍ତି।
ସେ ବାଦାମ ହେଉକି ଛତୁ, ପୁଣି କୋଇଲି ମୁଖା ହେଉକି ଚୂନା ମାଛ, ଆଉ ଭଳିକି ଭଳି ଶାଗ ଏସବୁକୁ ପାରମ୍ପରିକ ପଦ୍ଧତିରେ ପତୁଆ ପ୍ରସ୍ତୁତ କରି ର୍ନିଦ୍ଧିଷ୍ଟ ସମୟ ଭିତରେ ଲୋକଙ୍କ ଘରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ବାଲେଶ୍ୱରର ଏହି ଉଦ୍ୟମୀ ସ୍ୟଂ ସହାୟକ ଗୋଷ୍ଠୀର ମହିଳା ମାନେ । ବର୍ତ୍ତମାନ ସମୟରେ ପତୁଆ ପରି ଏକ ପାରମ୍ପାରିକ ପଦ୍ଧତି ହଜି ଯିବାକୁ ବସିଥିବା ବେଳେ ଏହାକୁ ପ୍ରସ୍ତୁତ କରି ଲୋକଙ୍କ ଅର୍ଡର ଅନୁଯାୟୀ ଘରେ ପହଞ୍ଚାଯାଇ ପାରୁଛି । ଆଉ ଏଭଳି ପନ୍ଥାକୁ ଗ୍ରହଣ କରି ବେଶ ଦି ପଇସା ରୋଜଗାର କରିପରି ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଏହି ମହିଳାମାନେ । ଏସବୁ କାର୍ଯ୍ଯରେ ନିଜକୁ ନିୟୋଜିତ କରିଛନ୍ତି ବାଲେଶ୍ର ଜିଲ୍ଲା ସଦର ବ୍ଲକ ରୂପସା , କସିପଦା , ମିରିଗୀମୁଣ୍ଡି , ଆଙ୍କୋ , ପୋଡ଼ା
ସାଧାରଣତଃ ସହରୀ ଜୀବନ ଶୈଳୀ ଓ କାର୍ଯ୍ଯବ୍ଯସ୍ତତା ଯୋଗୁଁ ଗ୍ରାମୀଣ ଖାଦ୍ୟ ପ୍ରତି ଦିନକୁ ଦିନ ଦୂରେଇ ଯାଉଛନ୍ତି ସମସ୍ତେ । କିନ୍ତୁ ଏବେ ଦିନକୁ ଦିନ ପାରମ୍ପରିକ ଗ୍ରାମୀଣ ଅଞ୍ଚଳର ଖାଦ୍ୟ ପଦାର୍ଥର ଚାହିଦା ବଢ଼ି ଚାଲିଥିବା ବେଳେ ବାଲେଶ୍ଵର ସହରରେ ପତ୍ରପୋଡା ବା ପତୁଆ ମିଳିବା ଆରମ୍ଭ ହୋଇଯାଇଛି ଏହି ମହିଳା ମାନଙ୍କର ଉଦ୍ୟମ ପାଇଁ । ସବୁବେଳେ କିଛି ନା କିଛି ଅଭିନବ ପ୍ରୟାସ କରିଆସୁଥିବା ଯୁବ ବିକାଶ ସଂଗଠନ ସ୍ଥାନୀୟ ସ୍ୟଂସହାୟକ ଗୋଷ୍ଠୀମାନଙ୍କ ସହାୟତାରେ ବାଲେଶ୍ଵର ସହରବାସୀଙ୍କ ପାଇଁ ପାରମ୍ପାରିକ ଶୈଳୀରେ ଶିଳ ବଟା ଚୁଲିରେ ତିଆରି ପତ୍ରପୋଡା ପହଞ୍ଚାଇ ଦେଉଛି । ମହିଳାମାନେ ଅର୍ଡର ଅନୁଯାୟୀ ପତୁଆ ତିଆରି କରିବା ପରେ ଏହାକୁ ପ୍ଯାକ୍ କରି ଉପରେ ପତୁଆର ନାମ ଲେଖି ଗ୍ରାହକଙ୍କ ଘରେ ପହଞ୍ଚାଇ ଦେଉଛନ୍ତି । ଘରେ ଘରେ ପତ୍ର ପୋଡା ବା ପତୁଆ ପହଞ୍ଚାଇବା ପାଇଁ ମଧ୍ୟ କର୍ମଚାରୀ ଅଛନ୍ତି।
ଦିନକୁ ୧୬୦ରୁ ୨୫୦ ଟଙ୍କା ପର୍ଯ୍ଯନ୍ତ ପ୍ରତି ପରିବାରର ଜଣେ ମାଙ୍କୁ ରୋଜଗାର ମିଳିବାର ଲକ୍ଷ୍ୟ ନେଇ ୨୦୧୮ରୁ ଏହି ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ବର୍ତମାନ ପାଖାପାଖି ୨୦ ରୁ ଅଧିକ ମହିଳା ଏଥିରେ ଯୋଡ଼ି ହୋଇଛନ୍ତି | ପତୁଆ ତିଆରିରେ ଆବଶ୍ଯକ ଥିବାସାମଗ୍ରୀ ତାଙ୍କ ହାତ ପାହାନ୍ତାରେ ମିଳୁଥିବା ବେଳେ ରୋଷେଇ ସରିବାର ୨ ଘଣ୍ଟା ଭିତରେ ମାଟି ଚୁଲିରେ ପତୁଆ ବନେଇ ଦେଇ ପାରୁଛନ୍ତି । ଥାଲକୁଡି, ପିତାଗମା, ହିଡ଼ିମିଚା, କଦଳୀ ଚୋପା, ଜହ୍ନି ଚୋପା , ଜହ୍ନୀ ପତ୍ର, ନିମ୍ବପତ୍ର, କୁନ୍ଦୁରି ପତ୍ର, ଛତୁ, ଚୁନା ମାଛ, ଇଲିସି ମାଛ, , ମଦରଙ୍ଗା ଶାଗ ଭଳି ୨୩ ପ୍ରକାର ଜିନିଷର ପତ୍ରପୋଡା ବା ପତୁଆ ‘ଘର ପତୁଆ’ ଟିମ୍ ଦ୍ାରା ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି । ପତୁଆ ପ୍ରତି ବଢୁଥିବା ଚାହିଦାକୁ ଦେଖି ଆଗାମୀ ଦିନରେ ୨ ହଜାରରୁ ଅଧିକ ପରିବାର ପାଖରେ ପତୁଆ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି ଏହି ମହିଳା ମାନେ। କେବଳ ବାଲେଶ୍ୱର ନୁହେଁ ଓଡିଶାର ଆହୁରି ଅନେକ ସହରରେ ବି ଏହି ସବୁ ସୁବିଧାକୁ ଯୋଗାଇବା ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି ମହିଳା।