ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ବିଭିନ୍ନ ସ୍ଥାନ ପାଇଁ ଟ୍ରାଫିକ୍‌ କଟକଣା ଜାରି

ଭୁବନେଶ୍ବର: ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦି, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏଥିରେ ଯୋଗ ଦେବେ । ଡିଜି ଓ ଆଇଜି ସମ୍ମିଳନୀ ପାଇଁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି ।

ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ବିଭିନ୍ନ ସ୍ଥାନ ପାଇଁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ବିଶେଷକରି ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା। ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍‌ଜି ଛକ, ରାଜଭବନ ଛକ ମନା। ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ମନା କରାଯାଇଛି।

ଏଠାରେ ଦେଖନ୍ତୁ ପୁରା ଟାଇମ ଟେବଲ-

traffic

You might also like