ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ RTOର ଟ୍ରାଫିକ ଇନସିପେକ୍ଟର
ଭିଜିଲାନ୍ସ ଜାଲରେ ଜଗତସିଂହପୁର RTOର ଟ୍ରାଫିକ ଇନସିପେକ୍ଟର । କାରରେ ନଗଦ ୪ ଲକ୍ଷ ୨୭ ହଜାର ଟଙ୍କା ନେଇ ଯାଉଥିଲେ ପ୍ରଶାନ୍ତ ମହାପାତ୍ର।

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଜଗତସିଂହପୁର RTOର ଟ୍ରାଫିକ ଇନସିପେକ୍ଟର । କାରରେ ନଗଦ ୪ ଲକ୍ଷ ୨୭ ହଜାର ଟଙ୍କା ନେଇ ଯାଉଥିଲେ ପ୍ରଶାନ୍ତ ମହାପାତ୍ର। ଏତିକିବେଳେ କଟକ ନିକଟ ବିରିବାଟି ତାରିଣୀ ଛକ ନିକଟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ । ଏତେ ଟଙ୍କା କେଉଁଠୁ ଆଣିଲେ ଓ କୁଆଡ଼େ ନେଉଥିଲେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ପ୍ରଶାନ୍ତ ମହାପାତ୍ର । ଟଙ୍କା ଜବତ କରିବା ସହ ୨ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଟଙ୍କା ନେଇ ସେ ଜଗତସିଂହପୁରରୁ ଭୁବନେଶ୍ୱର ଆସୁଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏବେ ରେଡ୍ ଚାଲିଛି ।