କାର୍ତ୍ତିକେଶ୍ୱର ଭସାଣି ବେଳେ ଟ୍ରାଫିକ ଜାମ୍, ଭିଡ଼ରେ ଫସିଲା ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି

କଟକ : ଭିଡ଼ରେ ଫସିଲା ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି । ନନ୍ଦନକାନନ ହାଇକୋର୍ଟ ରାସ୍ତାରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିଲା । ଟ୍ରାଫିକ ଭିତରେ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବାରଙ୍ଗ ରାସ୍ତାରେ ଅଟକି ରହିଥିଲା ହଜାର ହଜାର ଗାଡି । ପୋଲିସ ଥାଇ ବି ନିରବଦ୍ରଷ୍ଟା ସାଜିଥିଲା । ସୋମବାର ସନ୍ଧ୍ୟାରେ ବାରଙ୍ଗରେ କାର୍ତ୍ତିକେଶ୍ୱର ଭସାଣି ଚାଲିଥିଲା । ଯେଉଁଥିପାଇଁ ହୋଇଥିଲା ଏଭଳି ସଙ୍ଗୀନ ସ୍ଥିତି । କେହି କାହାରି କଥା ଶୁଣିବାକୁ ନ ଥିଲେ । କଟକ ଭୁବନେଶ୍ୱରର ପ୍ରମୁଖ ସଂଯୋଗ ଏବେ ସାଜିଛି ନନ୍ଦନକାନନ ହାଇକୋର୍ଟ ରାସ୍ତା । ତେବେ ଘଂଟା ଘଂଟା ରାସ୍ତା ଜାମ୍ ଲୋକମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଥିଲା ।