ମାଙ୍କଡ ପାଇଁ ଟ୍ରାଫିକ୍ ଜାମ୍, ହଟହଟା ହେଲେ ଲୋକେ

ଫୁଲନଖରା(କେନ୍ଯୁଜ୍) : ଆଜି ଦିନ ୧୨ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି ଫୁଲନଖରା ସ୍ଥିତ ଲକ୍ଷେଶ୍ୱର ମନ୍ଦିର ସାମ୍ନାରେ । ଏନ୍ଏଚ୍ ଉପରେ ଦୁର୍ଘଟଣାରେ ଆହତ ହୋଇଥିଲା ଏକ ହନୁମାଙ୍କଡ। ଯାହାଫଳରେ କିଛି ସମୟ ପାଇଁ ଟ୍ରାଫିକ ଜାମ ହେବା ସହ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ତେବେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଁଞ୍ଚି ମାଙ୍କଡଟିକୁ ଉଦ୍ଧାର କରିଥିବା ଜଣାପଡିଛି ।