ରଙ୍ଗ ରୁଟରେ ଆସୁଥିଲେ ୨ ଯୁବକ, କହିବାରୁ ଟ୍ରାଫିକ କର୍ମଚାରୀଙ୍କୁ ମାଡ ମାରିବା ସହ ଭାଙ୍ଗିଲେ ମୋବାଇଲ୍

ଭୁବନେଶ୍ବର(କେନ୍ୟୁଜ୍): ଟ୍ରାଫିକ ପୋଲିସକୁ ମାଡ଼ ମାରି ୨ଗିରଫ। ଚେକିଂ ବେଳେ ଟ୍ରାଫିକ ପୋଲିସକୁ ମାଡ଼ ମାରିଥିବା ଅଭିଯୋଗ । ଏଭଳି ଏକ ଘଟଣା ଘଟିଛି ଗତକାଲି ସନ୍ଧ୍ୟାରେ ଭୁବନେଶ୍ବର ସ୍ଥିତ ଟଙ୍କପାଣି ରୋଡ଼ ନିକଟରେ । ଚେକିଂ ବେଳେ ଘଟିଥିଲା ଏହି ଘଟଣା। ରଙ୍ଗ ରୁଟରେ ଆସୁଥିବା ସମୟରେ ଅଟକାଇ ଥିଲେ ଟ୍ରାଫିକ କର୍ମଚାରୀ। ଯାହାପରେ ୨ଜଣ ଯୁବକ ଉତ୍ୟକ୍ତ ହୋଇ ଟ୍ରାଫିକ କର୍ମଚାରୀଙ୍କୁ ମାଡ଼ ମାରିବା ସହ, ମୋବାଇଲ ଭାଙ୍ଗି ଦେଇଥିଲେ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଧଉଳି ଥାନା ପୋଲିସ୍।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.