ଭୁବନେଶ୍ବର: ସିନେ ତାରକାଙ୍କୁ ଫାଇନ୍। ଓଲିଉଡ୍ ଅଭିନେତା ବାବୁସାନ୍ଙ୍କୁ ବିନା ହେଲମେଟରେ ବାଇକ୍ ଚଳାଇବା ପଡିଲା ମହଙ୍ଗା। ଟ୍ରାଫିକ ନିୟମ ଉଲଂଘନ କରି ବିନା ହେଲମେଟରେ ଗାଡି ଚଳାଉଥିବା ଏକ ଭିଡିଓ ଟ୍ଵିଟରରେ ଅପଲୋଡ ହେବା ପରେ ତାଙ୍କ ନାଁରେ ଚାଲାଣ କଟାଯାଇଛି। କମିଶନରେଟ୍ ପୋଲିସ ୧ହଜାର ଟଙ୍କାର ଚାଲାଣ କାଟି ତାଙ୍କ ଘର ଆଡ୍ରେସରେ ପଠାଇ ଦେଇଛି। ଏନେଇ ଟୁଇଟ୍ ଜରିଆରେ ସୂଚନା ଦେଇଛି କମିଶନରେଟ୍ ପୋଲିସ। ନିୟମ ସମସ୍ତଙ୍କ ପାଇଁ ସମାନ। ତେଣୁ ସେ ନେତା ହୁଅଁନ୍ତୁ କି ଅଭିନେତା। କାହାକୁ ମଧ୍ୟ କୋହଳ ହେବ ନାହିଁ। ଦୁଇ ଦିନ ତଳେ ତନ୍ମୟ ନାମକ ଜଣେ ଯୁବକ ବାବୁସାନଙ୍କ ବିନା ହେଲମେଟରେ ବାଇକ୍ ଚଳାଇବାର ଦୃଶ୍ୟ ଭିଡିଓ ସୁଟିଂ କରି ଟୁଇଟ୍ କରିଥିଲେ।
ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…
ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…
ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…
କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…