ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଆଜିଠୁ ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ରୁଟରେ ବନ୍ଦ ରହିବ ଭାରିଯାନ ଚଳାଚଳ

କଟକ / ଭୁବନେଶ୍ୱର : ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଟ୍ରାଫିକ କଟକଣା । ଆଜିଠୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହେବ । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ । କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ସେହିପରି ଭୁବନେଶ୍ୱରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ ।

ଭୁବନେଶ୍ବରରେ ବାଣୀବିହାରରୁ ଶିଶୁଭବନ ଛକ, ରସୁଲଗଡରୁ ଲିଙ୍ଗିପୁର ଛକ, ବରମୁଣ୍ଡରୁ ପଳାଶୁଣୀ ଯାଏ ଉଭୟ ପାର୍ଶ୍ବର ସର୍ଭିସ ରୋଡ୍, ଆଚାର୍ଯ୍ୟ ବିହାରୁ -ଏୟାରପୋର୍ଟ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାରର ରାଜଭବନ ଏବଂ ନନ୍ଦନକାନ ଛକ ଭଲି ପ୍ରମୁଖ ରାସ୍ତାରେ ଭାରିଯାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ ।

ସେହିପରି କଟକରେ ବି ବିଭିନ୍ନ ରାସ୍ତା ଜାରି ହେଇଛି କଟକଣା ।  ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, ମାଲଗୋଦାମ ଫାଣ୍ଡି, ଛତ୍ରବଜାର ଅଞ୍ଚଳର ରାସ୍ତା ଓ ତତସଂଲଗ୍ନ ରାସ୍ତାରେ କଟକଣା ଜାରି ହୋଇଛି। ସେହିପରି କଟକରେ ଭସାଣି ପାଇଁ ୧୪ ତାରିଖ ସକାଳ ୭ରୁ ୧୫ ତାରିଖ ଭସାଣି ଶେଷ ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା ।  ସର୍ବସାଧାରଣଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୋଲିସ ।

ପୂଜାରେ ଉଭୟ ଟ୍ରାଫିକ ସହ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯିବ। ଲୋକମାନେ ସଚେତନ ହେବା ଆବଶ୍ୟକ ।  ସାଇବର ଅପରାଧ ସମ୍ବଧରେ ମଧ୍ୟ ଲୋକେ ସଚେତନ ହେବା ଆବଶ୍ୟକ ।  ଭୁବନେଶ୍ବରରେ ୧୮୭ ପୂଜା ପଣ୍ଡାଲ ରହିଥିବା ବେଳେ କଟକରେ ୧୬୬ ମେଢ଼ ହୋଇଛି ।   ଏଥିପାଇଁ ଭୁବନେଶ୍ୱରରେ ୩୮ ପ୍ଲାଟୁନ ଏବଂ କଟକରେ ୬୪ ପ୍ଲାଟୁନ ପୋଲିସ ମୁତୟନ ହେବେ ।  ଏହାସହ ୬ ପ୍ଲାଟୁନ CRPF, ୩ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସ ମୁତୟନ ହେବେ ।  ୨୦୦ଅଫିସର, CAPF ଫୋର୍ସ ମୁତୟନ ହେବେ । ପୂଜା ସମୟରେ ସ୍ନାଚିଂ ରୋକିବାକୁ ସ୍ଵତନ୍ତ୍ର ପ୍ଲାନ୍ କରାଯାଇଛି । ସାଦା ପୋଷାକରେ ରହିବେ ପୋଲିସ ଅଧିକାରୀ । ପାର୍କିଂ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ରହିବ । ପୁରା CCTV ସର୍ଭେଲାନ୍ସରେ ରହିବ ପୂଜା ମଣ୍ଡପ ।

You might also like