ଧବଳେଶ୍ୱର ପୀଠରେ ପଞ୍ଚକ ଓ ବଡଓଷା ପାଇଁ ଯାନବାହନ ଉପରେ କଟକଣା, ଜାଣନ୍ତୁ କେଉଁ ରାସ୍ତା ଦେଇ ଯିବେ ଯାତ୍ରୀ

କଟକ: ଆସନ୍ତା ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠରେ ପଞ୍ଚକ ଓ ବଡଓଷା ପାଳନ ପାଇଁ ଯାନବାହନ କଟକଣା କରିଛନ୍ତି କଟକ ଜିଲ୍ଲାପାଳ । ଏହି ସମୟରେ ବିିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ଆସିଥାନ୍ତି । ଏଥି ପାଇଁ ମହାନଦୀ ଉପରେ ଥିବା ମଧୁସୂଦନ ବ୍ରିଜ ନିର୍ମାଣ ଫଳରେ ବହୁ ସଂଖ୍ୟାରେ ଭକ୍ତ ବସ୍‌, କାର, ଦୁଇଚକିଆ ଯାନରେ ଧବଳେଶ୍ୱର ପୀଠକୁ ପ୍ରତ୍ୟହ ଆସୁଛନ୍ତି ତେଣୁ ପଞ୍ଚକ ଓ ବଡଓଷାରେ ଅସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ଭାରୀ ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।

ଜାଣନ୍ତୁ କେଉଁ ରାସ୍ତାକଟକରୁ ମଧୁସୂଦନ ସେତୁ ଦେଇ ଆଠଗଡ ଯାଉଥିବା ଭାରୀ ଯାନଗୁଡିକୁ ନୂଆପାଟଣା ଛକଠାରୁ ଜାତୀୟ ରାଜପଥ ୫୫ ଦେଇ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଠଗଡରୁ ଧବଳେଶ୍ୱର ରାସ୍ତା ଦେଇ କଟକ ଆସୁଥିବା ଭାରୀଯାନଗୁଡିକ କଖଡି ଛକ ଏବଂ ନିଧିପୁର ଛକଠାରୁ ଜାତୀୟ ରାଜପଥ ୫୫ ଦେଇ ଗତିପଥ ପରିବର୍ତନ କରି ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ।

You might also like