ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ରୁଟ୍ ରେ ଗାଡି ଚଳାଚଳ ବନ୍ଦ

ଭୁବନେଶ୍ଵର : ଆଜିଠୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ୩ ଦିନିଆ ମହାନିର୍ଦ୍ଦେଶକ ପୋଲିସ(ଡିଜିପି) ଏବଂ ଇନ୍ସପେକ୍ଟର ଜେନେରାଲ ପୋଲିସ (ଆଇଜିପି) ସମ୍ମିଳନୀ ଅନୁଷ୍ଠିତ ହେବ। ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି କରିଛି ।
ଭିଭିଆଇପିଙ୍କ ଗସ୍ତକୁ ନେଇ ରାସ୍ତାରେ ଯାନବାହାନ ଚଳାଚଳା ଉପରେ କଟକଣା କରାଯାଇଛି । ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ ଛକ, ରାଜଭବନ ଛକରେ ଟ୍ରାଫିକ କଟକଣା ଜାରି ହୋଇଛି । ଏପରିକି ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ରାସ୍ତାରେ ମଧ୍ୟ ଟ୍ରାଫିକ କଟକଣା ରହିବ। ଯେଉଁ ଦିନ ଯେଉଁ ସମୟରେ ଭିଭିଆଇପିଙ୍କ ଗସ୍ତ ରହିଛି, ସେହି ଅନୁସାରେ କଟକଣା ରହିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।
ଆସନ୍ତୁ ଜାଣିବା ଆଜି କେଉଁଠି କେଉଁ ସମୟରେ ଟ୍ରାଫିକ କଟକଣା ରହିବ
-ଦିନ ଗୋଟାରୁ ୨ଟା: ଏୟାରପୋର୍ଟ ଛକରୁ ପିଏମଜି ଛକ ଭାୟା ହସପିଟାଲ ଛକ ଓ ଏ.ଜି ଛକରେ ଗାଡି ଚଳାଚଳ ବନ୍ଦ
-ଅପରାହ୍ନ ୪ଟା ୪୫ରୁ ୫ଟା୨୫:ଏୟାରପୋର୍ଟ ଛକ , ହସପିଟାଲ ଛକ, ଏଜି ଛକ, ରାଜଭବନ ଛକରେ ଟ୍ରାଫିକ କଟକଣା
-ସନ୍ଧ୍ୟା ୬ଟାରୁ ୬ଟା ୪୫: ରାଜଭବନ ଛକ, ଏଜି ଛକ, ହାଉସିଂ ବୋର୍ଡ ଛକ, ରାମମନ୍ଦିର ଛକ , ମାଷ୍ଟର କ୍ୟାଂଟିନ ଛକ
-ସନ୍ଧ୍ୟା ୭ଟା୩୦ରୁ ୮.୨୦: ଏଜି ଛକ, ରବୀନ୍ଦ୍ରମଣ୍ଡପ ଛକ, ୧୨୦ ବାଟାଲିୟନ ଛକ, ଜୟଦେବ ବିହାର, ନାଲକୋ ଛକ
-ରାତି ୮ଟା୨୫ରୁ ୮ଟା ୫୦: ରାଜଭବନ ଛକ, ଏଜି ଛକ, ହାଉସିଂ ବୋର୍ଡ ଛକ, ରାମମନ୍ଦିର ଛକ , ମାଷ୍ଟର କ୍ୟାଂଟିନ ଛକରେ ଟ୍ରାଫିକ କଟକଣା ରହିବ ।
ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀ ଆଜିଠାରୁ ଆରମ୍ଭ ହେବ। ଏହାସହ ପ୍ରଥମଥର ପାଇଁ ୩ଦିନ ଓଡ଼ିଶାରେ ରହିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଇଣ୍ଟେଲିଜେନ୍ସ ବ୍ୟୁରୋର ବରିଷ୍ଠ ଅଧିକାରୀ, ସମସ୍ତ ରାଜ୍ୟର ଡିଜିପି, CRPF DG, RAW ମୁଖ୍ୟ , NSG ଏବଂ SPG ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ । ଯେଉଁଥିପାଇଁ ଭୁବନେଶ୍ବରର ବିଭିନ୍ନ ସ୍ଥାନ ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି।
ସେହିପରି ସହରର ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଓ ଗୁଇନ୍ଦା ସଂସ୍ଥା ଆଧାରରେ ତଥ୍ୟ ସଂଗ୍ରହ କରାଯାଉଛି । SPG ଓ NSG ଟିମ୍ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି । ସୁରକ୍ଷାକର୍ମୀମାନଙ୍କ ସମନ୍ବୟ ରକ୍ଷା ଲାଗି ସ୍ବତନ୍ତ୍ର VHFର ବ୍ୟବସ୍ଥା କରାଯାଉଛି । ୭୦ରୁ ଅଧିକ କମ୍ପାନୀ ଫୋର୍ସ ସହିତ ୧୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ନିୟୋଜିତ କରାଯାଇଛି ।