ପୁରୀରେ ନୌସେନା ଦିବସ ପାଇଁ ଟ୍ରାଫିକ କଟକଣା, ଜାଣନ୍ତୁ କିଏ କେଉଁ ରୁଟ୍‌ରେ ଯିବେ

ପୁରୀ : ଆଜି ପୁରୀରେ ପାଳନ ହେବ ନୌସେନା ଦିବସ । ରାଜଭବନରୁ ପୁରୀ ଅଭିମୁଖେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୧୦ଟା ୫ରେ ପୁରୀରେ ପହଂଚି ଶ୍ରୀମନ୍ଦିର ଯିବେ । ଶ୍ରୀମନ୍ଦିରରେ ପ୍ରାୟ ୩୫ ମିନିଟ୍ ରହି ପୂଜାର୍ଚ୍ଚନା କରିବେ । ଏହା ପରେ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ନରେ ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି । ପୁରୀରେ ରାଷ୍ଟ୍ରପତିଙ୍କ ଦିବସବ୍ୟାପୀ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟ୍ରାଫିକ କଟକଣା ମଧ୍ୟ ଜାରି କରାଯାଇଛି ।

ଜାଣନ୍ତୁ କିଏ କେଉଁ ରୁଟ୍‌ରେ ଯିବେ ପୁରୀ

ଭୁବନେଶ୍ୱରରୁ ଆସୁଥିବା ଚାରି ଚକିଆ ଯାନ ମାଳତୀ ପାଟପୁର ଦେଇ ତାଳବଣିଆରେ ପାର୍କିଂ କରିବେ।
ଦୁଇ ଚକିଆ ଯାନ ଗୁଡ଼ିକ ବାଟଗାଁରୁ ମଙ୍ଗଳାହାଟ ବାଇପାସ ଦେଇ ଷ୍ଟଲିନ୍‌ ଯାଏ ଯିବେ
କୋଣାର୍କ ପଟରୁ ଆସୁଥିବା ଚାରିଚକିଆ ଓ ଦୁଇ ଚକିଆ ତାଳ ବଣିଆରେ ରହିବେ
ବ୍ରହ୍ମଗିରି ପଟରୁ ଆସିଲେ ଷ୍ଟ୍ରଲିଁ ନିକଟରେ ପାର୍କିଂ କରିବେ
ଅରେଞ୍ଜ ପାସଧାରୀଙ୍କ ପାଇଁ ଜେଲ୍‌ ରୋଡ୍‌ ଓ ଶରଧାବାଲିରେ ପାର୍କିଂ ବ୍ୟବସ୍ଥା ହୋଇଛି
ବ୍ଲୁ ପାସଧାରୀଙ୍କ ପାଇଁ ହୋଟେଲ ନୀଳାଚଳ ଅଶୋକ ଏବଂ ଏସସିଏସ କଲେଜରେ ପାର୍କିଂ କରିବେ

ଅନ୍ୟପଟେ ମହାମହିମ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଏବଂ ନୌସେନା ଦିବସ ପାଳନ ଉପଲକ୍ଷେ ପୁରୀ ପୌରପାଳିକାର ସମସ୍ତ ସରକାରୀ ଓ ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ । ଏଥିସହ ସହର ନିକଟବର୍ତ୍ତୀ ମଦର୍ସ ପବ୍ଲିକ ସ୍କୁଲ, ପ୍ରଭୁଶ୍ରୀ ଇଂଲିଶ ମିଡିୟମ୍ ସ୍କୁଲ, ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିୟର ସ୍କୁଲ ମଧ୍ୟ ବନ୍ଦ ରହିବ । ତେବେ NCERT ଦ୍ୱାରା ପରିଚାଳିତ PARAKH ପରୀକ୍ଷା ହେବ। ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଥିବାରୁ ଏହି ପରୀକ୍ଷାକୁ କରାଯିବ। ପରୀକ୍ଷାର୍ଥୀ ମାନେ ସକାଳ ୭ଟାରୁ ୧୨ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ ।