ଦୁର୍ଗାପୂଜା ପାଇଁ କମିଶନରେଟ୍‌ ପୋଲିସର ଟ୍ରାଫିକ କଟକଣା, ସହର ଭିତରକୁ ପଶିପାରିବ ନାହିଁ ଭାରୀଯାନ

କେନ୍ୟୁଜ୍: ଦୁର୍ଗାପୂଜା ପାଇଁ କମିଶନରେଟ୍‌ ପୋଲିସର ଟ୍ରାଫିକ କଟକଣା। ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ସହର ଭିତରକୁ ଭାରୀଯାନ ପଶିପାରିବ ନାହିଁ। ଆଜିଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ନିୟମ ଉଲଂଘନ କଲେ ଗାଡି ଜବତ କରାଯିବା ସହ ଜରିମାନା ଆଦାୟ କରାଯିବ। ଖୋର୍ଦ୍ଧା ପଟୁ ଆସୁଥିବା ଭାରୀଯାନ ଗୁଡିକ ପିତାପଲ୍ଲୀଠାରୁ ଚନ୍ଦକା, ବାରଙ୍ଗ ଦେଇ ଯିବ। ସିଆରପି ଛକଠାରୁ ବିଦ୍ୟୁତ୍‌ ମାର୍ଗ ଯିବା ପାଇଁ ଯାନବାହାନ ଗୁଡିକ ଏକାମ୍ର ଭିଲ୍ଲା ଦେଇ ଯାଇପାରିବେ। ରାବଣ ପୋଡି ଦିନ କଟକ ପଟୁ ଏନ୍‌ଏଚ୍‌-୧୬ ଦେଇ ଆସୁଥିବା ଗାଡିମୋଟର ଜୟଦେବ ବିହାର ଛକରୁ ସିଆରପି ଛକକୁ ଯିବା ପାଇଁ ବେହେରା ସାହି, ଶାସ୍ତ୍ରୀନଗର, ପାୱାର ହାଉସ୍‌ ଏବଂ ୟୁନିଟ-୮ ଡିଏଭି ସ୍କୁଲ ଦେଇ ଯାଇପାରିବେ। ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍‌ ଗୁଡିକ ଲିଙ୍ଗିପୁର ଛକରୁ ସାମନ୍ତରାପୁର, କଳ୍ପନା, ରାଜମହଲ, ଶିଶୁଭବନ, ଗଙ୍ଗନଗର ଦେଇ ବରମୁଣ୍ଡା ଯିବ। ସେହିପରି ବରମୁଣ୍ଡାରୁ ପୁରୀ ଯାଉଥିବା ବସ୍‌ ଗୁଡିକ ଶିଶୁଭବନ ଛକ, ମାଉସୀମା, ମ୍ୟୁଜିୟମ୍‌ ଛକ ଓ ଲିଙ୍ଗିପୁର ଦେଇ ପୁରୀ ଯିବ।

Leave A Reply

Your email address will not be published.