ପୁଣି କଡାକଡି ହେଲା ଗାଡ଼ି ଚେକିଂ : ନିୟମ ଉଲଂଘନ କଲେ ଡ୍ରାଇଭିଂ ଲାଇସେନ୍ସ ୩ମାସ ପର୍ଯ୍ୟନ୍ତ ବାତିଲ

ଭୁବନେଶ୍ୱର (କେନ୍ୟୁଜ): ଆଜି ଠାରୁ ପୁଣି କଡାକଡି ହୋଇଛି ଗାଡ଼ି ଚେକିଂ । ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ଓ ଅପରାହ୍ନରେ ହେବ ଗାଡ଼ି ଯାଞ୍ଚ । ଦ୍ରୁତ ଗତିରେ ଗାଡି ଚଳାଇବା, ହେଲମେଟ ନ ପିନ୍ଧିବା ଓ ଗାଡି ଚଲାଇବା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର କରିବା ଏବଂ ଟ୍ରାଫିକ ନିୟମ ଉଲଂଘନ ଆଦି ଉପରେ ନଜର ରଖାଯିବ ।

ନିୟମ ଉଲ୍ଲଂଘନ କଲେ ଡ୍ରାଇଭିଂ ଲାଇସେନ୍ସକୁ ୩ମାସ ପର୍ଯ୍ୟନ୍ତ ବାତିଲ କରାଯିବ । ଏହାସହ ଲାଗିବ ମୋଟା ଅଙ୍କର ଜରିମାନା। ସକାଳ ୯ଟା ଠାରୁ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଯାଞ୍ଚ । ରାତିରେ ମଧ୍ୟ ହେବ ଯାଞ୍ଚ । ଗାଡ଼ି ଯାଞ୍ଚକୁ କଡାକଡି କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ଏହି ପରିପ୍ରେକ୍ଷୀରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏହି ସ୍ୱତନ୍ତ୍ର ଡ୍ରାଇଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.