ଶ୍ରୀକଲା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ୩ ମୃତ

ରାଇକିଆ : ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ୩ ମୃତ । ଜି.ଉଦୟଗିରି ଥାନା ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ କାର୍-ବାଇକ୍ ମୁହାଁ ମୁହିଁ ଧକ୍କା । ମୃତକ ହେଲେ କଳିଙ୍ଗା ଗାଁର ଶୁଭମ ନାୟକ, ଗଦିଙ୍ଗିଆ ଗ୍ରାମର ଶଙ୍କର ପ୍ରଧାନ ଓ ଶ୍ରୀହରି ପ୍ରଧାନ। ସେମାନେ କତିଙ୍ଗିଆ ଠାରୁ ବାଇକରେ ଆସୁଥିବା ବେଳେ ଜି.ଉଦୟଗିରି ପଟୁ ରାଇକିଆ ଯାଉଥିବା କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।