ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଉଭୟ ଭାଇ ଭଉଣୀଙ୍କ ଜୀବନ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଭାଇ ଓ ଭଉଣୀ ଦୁହିଁଙ୍କର ମୃତ୍ୟୁ ଘଟିଛି ।

ସୂଚନା ମୁତାବକ କୁଆଖିଆ ଥାନା ପ୍ରଥମାଖଣ୍ଡ ପଂଚାୟତ ଦମୋଦରପୁର ଗ୍ରାମର ପ୍ରତାପ ଲେଙ୍କାଙ୍କ ପୁଅ ରଂଜିତ (୨୩) ଓ ଆଶିଷ ଲେଙ୍କାଙ୍କ ଝିଅ ଶୁଭ୍ରା ସମ୍ଭାବନା (୧୫) ଦୁହେଁ ଏକ ସ୍କୁଟି ଯୋଗେ ଆଜି ଜାରକାରୁ ଘରକୁ ଫେରୁଥିବା ସମୟରେ ବାରବାଟୀ ଛକ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶୁଭ୍ରା ସମ୍ଭାବନାଙ୍କର ମୃତ୍ୟୁ ଘଟିଥିବା ବେଳେ ରଂଜିତଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଧର୍ମଶାଳା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ ମେଡିକାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଉଭୟ ସଂପର୍କୀୟ ଭାଇ ଭଉଣୀ ବୋଲି ଜଣାପଡିଛି । ଖବର ପାଇ ଧର୍ମଶାଳା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏପଟେ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ଗାଡିକୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.