ବାରିପଦା(କେନ୍ୟୁଜ୍) : ଟ୍ରେନ ଧକ୍କାରେ ନାବାଳକର ମୃତ୍ୟୁ। ବାରିପଦାର କମଳାନେହେରୁ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଘଟଣା। ସକାଳ ୮ଟା ବେଳେ ଜଣେ ଦଶମ ଶ୍ରେଣୀର ଛାତ୍ର ସାଗର ବେହେରା ଟିଉସନ ଯାଉଥିବା ବେଳେ ତାଙ୍କୁ ବାଙ୍ଗୀରିପୋଷି-ବାଲେଶ୍ୱର ଡିଏମୟୁ ଧକ୍କା ଦେଇଥିଲା। ଜିଆରପି ଦୁର୍ଘଟଣାର ତଦନ୍ତ କରୁଛି। ତେବେ ନାବାଳକ ଜଣକ ଫୋନରେ କଥା ହୋଇ ଟ୍ରେନ ସାମନାକୁ ଚାଲିଆସିବାରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।