ଯାଜପୁର ରୋଡ ଷ୍ଟେସନରେ ଅଘଟଣ, ରେଷ୍ଟ ସେଡ୍‌ ଉପରେ ମାଡିଗଲା ଟ୍ରେନ୍‌

ଯାଜପୁର(କେନ୍ଯୁଜ୍) : ଯାଜପୁର ରୋଡ ଷ୍ଟେସନରେ ଅଘଟଣ। ରେଷ୍ଟ ସେଡ୍‌ ଉପରେ ମାଡିଗଲା ଟ୍ରେନ୍‌। ତେବେ ଏକ ବଡ ଧରଣର ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ରାତିରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ ଖଡଗପୁର ଯାଉଥିବାବେଳେ ଏହି ଅଘଟଣ ଘଟିଛି। ଟ୍ରେନ୍‌ଟି ଯାଜପୁର ଷ୍ଟେସନ ଅତିକ୍ରମ କରିବାବେଳେ ୩ନମ୍ବର ପ୍ଲାଟଫର୍ମରେ ଯାତ୍ରୀଙ୍କ ରେଷ୍ଟ ସେଡ୍‌ ଆଡକୁ ମାଡିଯାଇଥିଲା। ଟ୍ରେନ୍‌ଟି ପ୍ରାୟ ୩୦ଫୁଟ ଯାଏ ଆଇରନ୍‌ ସିଟ୍‌ ଗୁଡିକୁ ତାଡି ପକାଇଥିଲା। ଏହି ସମୟରେ ଏକ ପ୍ରଚଣ୍ଡ ଶବ୍ଦ ହେବାରୁ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ। ତେବେ କିପରି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଜାରି ରହିଛି।

You might also like