ଝାରସୁଗୁଡା : ଅସାବଧାନତାରୁ ଚାଲି ଗଲା ଦୁଇଟି ଜୀବନ, ଟ୍ରେନ୍ରେ କଟି ଜଣେ ୫ ବର୍ଷର ଝିଅ ଏବଂ ଅନ୍ୟ ଜଣେ ମୃତ

ଝାରସୁଗୁଡା (କେନ୍ଯୁଜ୍) : ବେଲପାହାଡ ରେଳ ଷ୍ଟେସନ୍ ନିକଟରେ ଥିବା ନୂଆପଡ଼ାରେ ଅଭାବନୀୟ ଘଟଣା । ସାମାନ୍ୟ ଅସାବଧାନତାରୁ ଦୁଇ ଦୁଇଟି ଜୀବନ ଚାଲି ଯାଇଛି । ଟ୍ରେନ୍ରେ କଟି ଜଣେ ୫ ବର୍ଷର ଝିଅ ଏବଂ ଅନ୍ୟ ଜଣଙ୍କ ମୃତ୍ୟୁୃ ଘଟିଛି । ସୂଚନା ଅନୁସାରେ, ଝିଅଟି ଅସାବଧତା ସହ ରେଳ ଧାରଣା ନିକଟକୁ ଚାଲି ଯାଇଥିଲା । ଏହି ସମୟରେ ଏକ ଟ୍ରେନ୍ ଆସୁଥିବା ଦେଖି ତାଙ୍କର ଜଣେ ସଂପର୍କୀୟ ଦେବୀ ମୁଣ୍ଡା ଝିଅଟିକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଉଭୟଙ୍କୁ ଟ୍ରେନ୍ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।