ବେଗୁନିଆ ଚଣ୍ଡିଆପଲ୍ଲୀ ଟ୍ରେନ୍ ଲାଇନରେ କଟି ଯୁବତୀ ମୃତ

ଖୋର୍ଦ୍ଧା (କେନ୍ୟୁଜ୍) : ଟ୍ରେନ୍ ଲାଇନରେ କଟି ଯୁବତୀ ମୃତ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଚଣ୍ଡିଆପଲ୍ଲୀଠାରେ ଟ୍ରେନ୍ ଲାଇନରେ କଟି ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି। ଖୋର୍ଦ୍ଧା ବଲାଙ୍ଗିର ଟ୍ରେନ୍ ଲାଇନରେ ଏହି ଅଘଟଣ ଘିଟିଛି। ଆଜି ସକାଳୁ ନାୟଗଡରୁ ଖୋର୍ଦ୍ଧା ରୋଡ଼୍ ଯାଉଥିବା ଟ୍ରେନରେ ଏହି ଯୁବତୀ ଜଣଙ୍କ କଟିଯାଇଥିବା ସୂଚନା ମିଳିଛି। ଯୁବତୀଙ୍କର ପରିଚୟ ମିଳିନଥିବା ବେଳେ ଏହି ଦୁର୍ଘଟଣା କିପରି ଘଟିଲା ତାହା ଜଣାପଡି ନାହିଁ। ଏହା ଆତ୍ମହତ୍ୟା ନା ହତ୍ୟା ତାର ତଦନ୍ତ କରୁଛି ପୋଲିସ।