ବାଟରେ ଅଟକିଲା ବିଶାଖାପାଟଣା-ଅମୃତସର ଏକ୍ସପ୍ରେସ୍

expressଭୁବନେଶ୍ବର: ଅଚଳ ହେଲା ଇଞ୍ଜିନ୍। ଅଧାରାସ୍ତାରେ ଅଟକିଲା ଟ୍ରେନ୍। ବିଶାଖାପାଟଣା-ଅମୃତସର ଏକ୍ସପ୍ରେସ୍ ଟ୍ରେନ୍ର ଇଞ୍ଜିନ୍ ରାସ୍ତାରେ ଖରାପ ହୋଇଯାଇଥିଲା। ଢେଙ୍କାନାଳ ଶ୍ୟାମାଚରଣପୁର ଷ୍ଟେସନ ନିକଟରେ ଇଞ୍ଜିନ ଖରାପ ହୋଇଥିଲା। ଫଳରେ ଟ୍ରେନଟି ଅଟକି ଯାଇଥିଲା। ଅଳ୍ପକେ ଏକ ବଡ ଦୁର୍ଘଟଣା ଟଳି ଯାଇଛି। ଏକ୍ସପ୍ରେସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବଗିରେ ଆଉ ଏକ ଇଞ୍ଜିନ ସଂଯୋଗ କରାଗଲା। ଘଣ୍ଟାଏ ଅଟକିବା ପରେ ଟ୍ରେନଟି ଢେଙ୍କାନାଳ ଷ୍ଟେସନରୁ ଛାଡିଛି।

Leave A Reply

Your email address will not be published.