ବଲାଙ୍ଗିର-ଖୋର୍ଦ୍ଧା ରେଳପଥରେ ଗଡିଲା ଟ୍ରେନ୍‌, ପୂରଣ ହେଲା ଦୀର୍ଘ ବର୍ଷର ସ୍ୱପ୍ନ

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିରବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହେଲା। ବଲାଙ୍ଗିର-ଖୋର୍ଦ୍ଧା ରେଳପଥରେ ଗଡିଲା ଟ୍ରେନ୍‌। ବଲାଙ୍ଗିର ଷ୍ଟେସନରୁ ଭଇଁଷାପାଲ୍ଲି ପର୍ଯ୍ଯନ୍ତ ଟ୍ରେନ୍‌ ଚଳାଚଳ କରିଛି । ରେଳପଥ କାମ ଶେଷ ହେବା ପରେ ଆଜି ଏହାର ଟ୍ରାଏଲ୍‌ ରନ୍‌ କରାଯାଇଛି।

ଜଜରେଳବିଭାଗ ସିଆରଏସ୍ କେ.ଏ ମୋନହରନ୍‌ ପହଞ୍ଚି ସେଫ୍‌ଟି ନେଇ ଯାଞ୍ଚ କରିଛନ୍ତି। ବାଲଙ୍ଗିର ଷ୍ଟେସନରେ ପୂଜାର୍ଚ୍ଚନା କରିବା ପରେ ସିଆରଏସ୍ ବଲାଙ୍ଗିର ପଟୁ ଟ୍ରେନ୍‌ ଗଡିବା କାମ ଯାଞ୍ଚ କରିଛନ୍ତି। ଆଜି ଟ୍ରାଏଲ୍‌ ରନ୍‌ ଶେଷ ହେବା ପରେ ବଲାଙ୍ଗିର-ଖୋର୍ଦ୍ଧା ରେଳପଥରେ ପ୍ରତିଦିନ ବଲାଙ୍ଗିର ପଟୁ ରେଳ ଚଳାଚଳ କରିବ।