ବାଲିକୁଦା ଷ୍ଟେସନ୍ ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍

କଟକ (କେନ୍ୟୁଜ୍) : ବାଲିକୁଦା ଷ୍ଟେସନ୍ ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍ । ବାଲିକୁଦା ଷ୍ଟେସନ୍ ଛାଡିବା ପରେ ଏକ ଲାଲ ପତାକା ଦେଖି ଡ୍ରାଇଭର ଟ୍ରେନକୁ ଅଟକାଇଥିଲେ । ଲାଇନ୍ ବଙ୍କା ଥିବା ଦେଖି ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନକୁ ଅଟକାଇଲେ। ସେହି ଟ୍ରାକରେ କାମ ଚାଲିଥିଲା, ଆଗକୁ ଯାଇଥିଲେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତା । ଏହି ଘଟଣାର ତଦନ୍ତ କରିବାକୁ ଏକ ୪ ଜଣିଆ ଟିମ୍ ଗଠନ କରିଛି ଇଷ୍ଟ କୋଷ୍ଟ ରେଲୱେ । ୪୮ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଖୋର୍ଦ୍ଧା ଊଜଗ ବ୍ରଜମୋହନ ଅଗ୍ରଓ୍ଵାଲ ନିର୍ଦ୍ଦେଶ ଦେଇଛନ୍ତି । ବନ୍ଦ ରହିଥିବା ଟ୍ରାକ୍ ଉପରେ ଯିବାକୁ କିଭଳି ମେମୁ ଟ୍ରେନକୁ ଅନୁମତି ମିଳିଲା ନା ଘଟଣାରେ ଆଉ କାହାର ତ୍ରୁଟି ରହିଛି, ସେ ନେଇ ଛାନଭିନ୍ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.