ରେଳବାଇ ଟିକେଟକୁ ଅଧିକ ଦାମରେ ବିକ୍ରି କରିବା ଅଭିଯୋଗ

ସମ୍ବଲପୁର (କେନ୍ୟୁଜ୍) : ବେଆଇନ ଭାବେ ରେଳବାଇ ଟିକେଟକୁ ଅଧିକ ଦାମ୍ରେ ବିକ୍ରି କରିବା ଅଭିଯୋଗରେ ରେଳବାଇ ପୋଲିସ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସମ୍ବଲପୁର ବୁର୍ଲା ସହରର ଅନିଲ ବର୍ମା। ଅନିଲ ନିଜେ ଏକ ଆଇଡ଼ି କରି ବେଆଇନ୍ ଭାବେ ରେଳ ଟିକେଟ୍ ବୁକିଙ୍ଗ୍ କରି ଲୋକଙ୍କଠାରୁ ଅତ୍ୟଧିକ ଟଙ୍କା ନେବାର ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ରେଳବାଇ ପୋଲିସ ଅନିଲଙ୍କ ଦୋକାନରେ ଚଢାଉ କରି ବହୁ ମାତ୍ରାରେ ଟିକେଟ୍ ଜବତ କରିଥିଲା। ତାଙ୍କଠାରୁ କମ୍ଫ୍ୟୁଟର, ପ୍ରିଣ୍ଟର ଜବତ ହୋଇଛି। ଅନିଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.