ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଏଣିକି ଓଡ଼ିଆ ଭାଷାରେ ମିଳିବ ରେଳ ଟିକେଟ

ଭୁବନେଶ୍ବର (କେନ୍ୟୁଜ୍) : ଏଣିକି ଓଡ଼ିଆ ଭାଷାରେ ମିଳିବ ରେଳ ଟିକେଟ । ଏପ୍ରିଲ ୧ ଉତ୍କଳ ଦିବସରୁ ଓଡ଼ିଆରେ ଅଣସଂରକ୍ଷିତ ରେଳ ଟିକେଟ ଉପଲବଧ ହେବ । ରାଜ୍ୟର ୩୧୭ ଷ୍ଟେସନରେ ଲାଗୁ ହେବ ଓଡ଼ିଆ ଟିକେଟ ବ୍ୟବସ୍ଥା । ଏଥିପାଇଁ ଷ୍ଟେସନ ତାଲିକା ପ୍ରସ୍ତୁତ କରୁଛି ରେଳ ବିଭାଗ । ଦେଶର ୮ ହଜାର ଷ୍ଟେସନର ନାଁ ଓଡ଼ିଆରେ ଲେଖାଯିବ । ପୂର୍ବରୁ ହିନ୍ଦି ଓ ଇଂରାଜୀରେ ଟ୍ରେନ୍‌ ଟିକେଟ ମିଳୁଥିଲା । ତେବେ ଇଂରାଜୀ ଓ ହିନ୍ଦି ବୁଝୁ ନଥବା ଯାତ୍ରୀଙ୍କୁ ଷ୍ଟେସନ ନାଁକୁ ପଢିବାକୁ ସମସ୍ୟା ହେଉଥିଲା । ଏବେ ଏହି ସମସ୍ୟା ଦୂର ହେବ ବୋଲି କହିଛନ୍ତି ରେଳ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.