ଖୁଣ୍ଟୁଣି ଜଙ୍ଗଲ ଗଲା ଟ୍ରାଙ୍କୁଲାଇଜ୍‌ ହାତୀ

କଟକ(କେନ୍ୟୁଜ୍): ଜଙ୍ଗଲ ଗଲା ଟ୍ରାଙ୍କୁଲାଇଜ୍‌ ହାତୀ। ନିଶା ଇଞ୍ଜେକସନ୍‌ ଦେଇ ଖୁଣ୍ଟୁଣି ବନାଞ୍ଚଳକୁ ଗଜରାଜକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ଆଜି ହାତୀକୁ ନେବା ପୂର୍ବରୁ ପୁଣି ନିଶା ଇଞ୍ଜେକସନ ଦିଆଯାଇ ସ୍ଥାନାନ୍ତର କରାଯାଇଛି। ହାତୀକୁ ଏକ ହାଇୱା ଯୋଗେ ଅତି ସତର୍କତା ସହ ନିଆଯାଇଛି।

ଗତକାଲି ସନ୍ଧ୍ୟା ହୋଇଯାଇଥିବାରୁ ସ୍ଥାନାନ୍ତର ହୋଇପାରିନଥିଲା। ହାତୀର ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଛୁଆ ହାତୀକୁ ମଧ୍ୟ ଜଙ୍ଗଲକୁ ଛଡାଯିବ। ସେପଟେ ମୃତ ମାଆ ହାତୀକୁ ଜଗତପୁର ରେଳଲାଇନ୍‌ ମହାନଦୀ କୂଳରେ ପୋତା ଯାଇଥିବା କଟକ ସିଟି DFO ସୂଚନା ଦେଇଛନ୍ତି। ଗତକାଲି ହାତୀକୁ ନେଇ ହଟ୍ଟହଟ୍ଟା ହୋଇଥିଲେ ଜଗତପୁର ବାସିନ୍ଦା। ଆକ୍ରମଣରେ ୨ଜଣଙ୍କ ଜୀବନ ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.