ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି, ଏଣିକି ୬ ବର୍ଷରେ ବଦଳି

ଭୁବନେଶ୍ୱର (କେନ୍ୟୁଜ୍‌) : ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି। ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀ କାଯ୍ୟର୍ାଳୟରେ ୬ ବର୍ଷରୁ ଅଧିକ ସମୟ ରହିପାରିବେନି କର୍ମଚାରୀ। ଏଣିକି ଛଅ ବର୍ଷରୁ ଅଧିକ ସମୟ ବିଇଓ ଡିଇଓ କାର୍ଯ୍ୟାଳୟରେ ରହିପାରିବେନି ଅଧିକାରୀ। ଯେଉଁ କର୍ମଚାରୀମାନେ ଅଧିକ ସମୟ ଧରି ରହିଛନ୍ତି ସେମାନଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯିବ। ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଆଗକୁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରିବାକୁ ବିଚାର ବିମର୍ଷ ଚାଲିଥିବା ସୂଚନା ମିଳିଛି।

You might also like