HSRP ନମ୍ବର ପ୍ଲେଟ ପାଇଁ ଲୋକଙ୍କ ଭାବନାକୁ ନେଇ ପ୍ରତିକ୍ରିୟା ରଖିଲେ ପରିବହନ କମିଶନର

ଭୁବନେଶ୍ବର(କେନ୍ୟୁଜ୍):  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଗାଡ଼ିରେ ଲଗାଯାଉଛି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା । ସେ କହିଛନ୍ତି, କିଛି ଲୋକ ଭାବୁଛନ୍ତି ନମ୍ବର ପ୍ଲେଟ ଲଗାଇବା ପାଇଁ ରାଜ୍ୟ ସରକାର ଲୋକଙ୍କ ଉପରେ ଚାପ ପକାଉଛନ୍ତି । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେର୍ଶରେ କେନ୍ଦ୍ର ସରକାର ଏହି ଅର୍ଡର ଦେଇଥିବା କହିଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା ।

ଦେଶର ପାଖାପାଖି ୨୬ ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇସାରିଛି । ଏତେ ବଡ଼ ମାତ୍ରାରେ ଯେହେତୁ ପ୍ରକ୍ରିୟା ହୋଇଛି, ଏଥିପାଇଁ କିଛି ଲୋକଙ୍କର ସମସ୍ୟା ହେଇପାରେ । କୋର୍ଟ ଯଦି ଆଦେଶ ଦେବେ ତେବେ HSRP ପାଇଁ ଡେଡ୍‌ଲାଇନ ବଢ଼ାଯିବ । ସେହିପରି ଆଗାମୀ ଦିନରେ ଚାରି ଚକିଆ ଯାନରେ ପଛ ସିଟ୍‌ରେ ବସିଥିବା ବ୍ୟକ୍ତିଙ୍କ ପାଇଁ ସିଟ୍‌ ବେଲ୍ଟ ଲଗାଇବା ବାଧ୍ୟତାମୂଳକ ହେବ । କେନ୍ଦ୍ର ସରକାର ଯେତେବେଳେ ଏହି ନିଷ୍ପତ୍ତି ନେବେ, ସେତେବେଳେ ଓଡ଼ିଶା ସହ ପୂରା ଦେଶରେ ନିୟମ ଲାଗୁ ହେବ ବୋଲି କହିଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.