କୋରାପୁଟ: ପରିବହନ ବିଭାଗର ବେପରୁଆ କାମ, ଗାଡି ଜୟପୁରରେ, ଚାଲଣ କଟୁଛି ନବରଙ୍ଗପୁରରେ

ଜୟପୁର(କେନ୍ୟୁଜ୍):  ଗାଡି ଜୟପୁରରେ, ଚାଲଣ କଟୁଛି ନବରଙ୍ଗପୁରରେ । ପୁଣି ସାମ୍ନାକୁ ଆସିଛି ପରିବହନ ବିଭାଗର ବେପରୁଆ କାମ । ଓଭର ସ୍ପିଡ ଓ ଡ୍ରାଇଭିଂ ଲାଇସେନ୍ସ ନଥିବା ଦର୍ଶାଇ ଚାଲାଣ କାଟିଲା ନବରଙ୍ଗପୁର RTO । ଜୟପୁରର ତୁଷାର କାନ୍ତ ପାଢୀଙ୍କ ମୋବାଇଲ ନମ୍ବରକୁ ଦିନ ୧୧ଟା ୧୧ ମିନିଟରେ RTO ପକ୍ଷରୁ ଏକ ମେସେଜ୍‌ ଆସିଥିଲା ।

ଏଥିରେ ତାଙ୍କ କାର ନମ୍ବର ଥିବା ସହ ବାରିଗୁଡାରେ କାର ଦୃତ ଗତିରେ ଯାଉଥିବା ସହ ଡ୍ରାଇଭରଙ୍କ ଲାଇସେନ୍ସ ନଥିବା ଅଭିଯୋଗରେ ୭ ହଜାର ଟଙ୍କା ଫାଇନ୍‌ ଭରିବାକୁ କୁହାଯାଇଥିଲା । ସେପଟେ ଏହାକୁ ଖଣ୍ଡନ କରିଛନ୍ତି ତୁଷାର । ତାଙ୍କର କେହି ଡ୍ରାଇଭର ନାହାନ୍ତି ଓ ଗାଡି ତାଙ୍କ ଘରେ ଥିବା ସେ କହିଛନ୍ତି ।

Leave A Reply

Your email address will not be published.