ରାଜ୍ୟ

ଘରୋଇ ବସ ମାଲିକ ସଂଘକୁ ପରିବହନ ମନ୍ତ୍ରୀଙ୍କ ଆହ୍ବାନ, ଆଲୋଚନା ପାଇଁ ଆସିବାକୁ କଲେ ଅନୁରୋଧ

କେନ୍ୟୁଜ୍(ବ୍ୟୁରୋ): ଘରୋଇ ବସ ମାଲିକ ସଂଘକୁ ପରିବହନ ମନ୍ତ୍ରୀଙ୍କ ଆହ୍ବାନ। ଧର୍ମଘଟ ନୁଁହେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଆହ୍ୱାନ ଦେଲେ ମନ୍ତ୍ରୀ ଟୁକୁନି ସାହୁ। କହିଲେ, ଲକ୍ଷ୍ମୀ ବସ ବନ୍ଦ ହେବନି ଚାଲୁ ରହିବ । ପାର୍ବଣର ସମୟ ଲୋକେ ହଇରାଣ ନହୁଅନ୍ତୁ, ଏଥିଲାଗି ବସମାଲିକ ସଙ୍ଘକୁ ଅନୁରୋଧ କରିଛନ୍ତି। ଲକ୍ଷ୍ମୀ ଯୋଜନା ମୁଖ୍ୟମନ୍ତ୍ରୀ ଙ୍କର ଲୋକାଭିମୁଖୀ କାମ । ଯୋଜନା ମାଧ୍ୟମରେ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାରୁ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ଘରୋଇ ବସ ମାଲିକ ସଂଘ କିନ୍ତୁ ଜିଦ୍ ରେ ଅଟଳ ଅଛନ୍ତି। କାଲି ଠାରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ। ପୂର୍ବ ଘୋଷଣା ଅନୁଯାୟୀ କାଲିଠାରୁ ବସ ଧର୍ମଘଟକୁ ଓହ୍ଲାଇବ ସଂଘ। ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଘରୋଇ ବସ ମାଲିକ ସଂଘ। ସେପଟେ ମନ୍ତ୍ରୀ କହିଛନ୍ତି, ଆସନ୍ତା ୨୬ରେ ଆଲୋଚନା ପାଇଁ ବସ ମାଲିକ ସଂଘକୁ ଡକାଯାଇଛି। ଆଲୋଚନା ମାଧ୍ୟମରେ ରାସ୍ତା ନିଶ୍ଚୟ ବାହାରିବ ଏବଂ ଲକ୍ଷ୍ମୀ ଭଳି ଯୋଜନା କୁ ଲୋକେ ସ୍ୱାଗତ କରୁଛନ୍ତି ଏଣୁ ଏହାକୁ ସଙ୍ଘ ମାନୁ ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ବସ ମାଲିକ ସଂଘ କହିଛି ସରକାର ଯେଉଁ ପ୍ରତିଶ୍ରୁତି ମୌଖିକ ଭାବରେ ଦେଉଛନ୍ତି। ତାହା ଲିଖିତ ଭାବରେ ଦେଅନ୍ତୁ। ପୂର୍ବରୁ ବହୁ ଥର ଆଲୋଚନା କଲା ପରେ ସରକାର ପ୍ରତିଶୃତି ଦେଇକି ରଖିଲେନି ତେଣୁ ଆମକୁ ଲିଖିତ ଆକାରରେ ଦେଲେ ଆମେ ଧର୍ମଘଟରୁ ଓହରିବୁ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି।

Sasmita

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

11 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

19 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

36 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago