ରାଜ୍ୟ

ପୁରୀରେ ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟର ସ୍ଥିତି ବୁଲି ଦେଖିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ

ପୁରୀ(କେନ୍ୟୁଜ୍): ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସଂଯୋଗ କରୁଥିବା ଓ ବିମାନବନ୍ଦର କାର୍ଯ୍ୟ ସ୍ଥିତି ବୁଲି ଦେଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।ସେ ଉପଜିଲ୍ଲାପାଳ ଓ ଜିଲ୍ଲା ପରିବହନ ଅଧିକାରୀଙ୍କୁ ସହ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀଜଗନ୍ନାଥ ଧାମ ପୁରୀକୁ ସାରା ବିଶ୍ବ ସହିତ ଯୋଡ଼ିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଶ୍ରୀକ୍ଷେତ୍ରକୁ ଗମନାଗମନ ସହଜ ଓ ସୁଗମ କରିବାକୁ ଅତ୍ୟାଧୁନିକ ବିମାନ ବନ୍ଦର ନିର୍ମାଣ ହେଉଛି । ପୁରୀ ସହର ଉପକଣ୍ଠ ଗିରଳ ଛକ ନିକଟରେ ହେବାକୁ ଏହି ଥିବା ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ଗତ ୩ ମାର୍ଚରେ ସାମାଜିକ ପ୍ରଭାବ ମୂଲ୍ୟାଙ୍କନ (ଏସ.ଆଇ.ଏ – SIA) ତରଫରୁ ଗ୍ରାମୀଣ ବିକାଶ ଏବଂ ପରିବେଶ ବିଜ୍ଞାନର ଜାତୀୟ ପ୍ରତିଷ୍ଠାନ (ଏନ.ଆଇ.ଆର.ଡ଼ି.ଇ.ଏସ – NIRDES) “ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର” ନିର୍ମାଣ ପାଇଁ ଆବଶ୍ୟକ ଥିବା ବେସରକାରୀ ଜମି ସମ୍ପର୍କରେ ଗ୍ରାମ ବାସୀଙ୍କ ସହ ଆଲୋଚନା କରିଥିଲେ ।ଏହାପରେ ଦୁଇଟି ଗାଁରେ ଜନଶୁଣାଣୀ ମଧ୍ୟ ସରିଛି।ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଦେଖିଛନ୍ତି।

ପୁରୀ ଜିଲ୍ଲା ସିପସୁରୁବୁଲି ଅଞ୍ଚଳରୁ ବେସରକାରୀ ଜମି ୧୫୩.୩୭୦ ଏକର ଓ ଷଣ୍ଢପୁର ଅଞ୍ଚଳରୁ ବେସରକାରୀ ଜମି ୬୮.୧୧୦ ଏକର ରହିଛି । ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ ମୋଟ ୧୧୦୦ ଏକର ଜମି ଅଧିଗ୍ରହଣ ନେଇ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ନୋଟିସ୍ ଜାରି ହେବାପରେ ଜମି ଅଧିଗ୍ରହଣ କରାଯିବ । ଏହା ପରେ ବିମାନ ବନ୍ଦର ପାଇଁ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

Sasmita

Recent Posts

ପ୍ରଥମ ରଜରେ ପୋଖରୀରେ ବୁଡି ମା-ଝିଅଙ୍କ ସଲିଳ ସମାଧି

ନବରଙ୍ଗପୁର (କେନ୍ୟୁଜ): ଆଜି ପହିଲି ରଜରେ ଗାଁଠୁ ସହର ସବୁଠି ଉତ୍ସାହ ଓ ଆନନ୍ଦର ମାହୋଲ । ହେଲେ ନବରଙ୍ଗପୁର…

6 mins ago

କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ୪୫ ମୃତଦେହ ଭାରତରେ ପହଞ୍ଚିଲା, ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ

କୁଏତରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ୪୯ ମୃତକଙ୍କ ମଧ୍ୟରୁ ୪୫ ଭାରତୀୟ ବୋଲି ଜଣାପଡିଛି । ତେବେ ଏହି…

35 mins ago

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜୁନ ୨୦ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର (କେନ୍ୟୁଜ): କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟପାଳ…

36 mins ago

ଆଗକୁ ବଢୁନି ମୌସୁମୀ, ଗରମ ଗୁଳିଗୁଳିରେ କଟିବ ରଜ

ଭୁବନେଶ୍ୱର (କେନ୍ୟୁଜ); ଆଗକୁ ବଢୁନି ମୌସୁମୀ । ଗରମ ଗୁଳିଗୁଳିରେ କଟିବ ରଜ, କାଁ ଭାଁ କାଳବୈଶାଖୀ ।  ତଥାପି…

56 mins ago

ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା, ୩ ଅଟକ

କାମାକ୍ଷାନଗର (କେନ୍ୟୁଜ): ଯୁବକଙ୍କୁ ପିଟି ପିଟି ହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡିହ ସାହିରେ…

1 hour ago

ଘରେ ଭିତରେ ପଶି ମା’ ଝିଅଙ୍କୁ ଛୁରୀରେ ଆକ୍ରମଣ କଲେ ପଡୋଶୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସମ୍ବଲପୁର (କେନ୍ୟୁଜ): ପହିଲି ରଜରେ ଅଘଟଣ ।  ମା' ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ…

1 hour ago