କେନ୍ଦ୍ରରେଳ ମନ୍ତ୍ରୀ ଚିଠି ଲେଖିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠି: ବରଗଡ଼ରୁ ନୂଆପଡା ରେଳ ପ୍ରକଳ୍ପକୁ ତୁରନ୍ତୁ କାର୍ଯ୍ୟକାରୀ କରିବାକୁ କଲେ ଦାବି

କେନ୍ୟୁଜ୍(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ସମୟରେ ଆସିଲା ବଡ଼ ମୁଦ୍ଦା। ପଦ୍ମପୁର ଦେଇ ରେଳ ଲାଇନ ପାଇଁ ଉଠିଲା ଦାବି। ପଦ୍ମପୁର ଦେଇ ବରଗଡ଼-ନୂଆପଡ଼ା ପାଇଁ ନୂଆ ରେଳଲାଇନ୍‌ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ରାଜ୍ୟ ପରିବହନ ମନ୍ତ୍ରୀ ଚିଠିରେ ଲେଖିଛନ୍ତି, ୨୦୧୮ ଡିସେମ୍ବର ୧୫ ତାରିଖରେ ଏକ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁର ଦେଇ ବରଗଡ଼ରୁ ନୂଆପଡା ଯାଏ ନୂଆ ରେଳଲାଇନ କଥା ଘୋଷଣା କରିଥିଲେ। ରେଳବାଇ ନୂଆ ଲାଇନ୍‌କୁ ଅନୁମୋଦନ କଥା କହିଥିଲେ। ୨୦୧୮ରୁ ରାଜ୍ୟ ସରକାର କେନ୍ଦ୍ରକୁ ନୂଆ ଲାଇନ ପାଇଁ ଅନୁରୋଧ କରି ଆସୁଛନ୍ତି।

ଏହି ପ୍ରକଳ୍ପକୁ ନେଇ ଇଷ୍ଟକୋଷ୍ଟ ରେଳବାଇ ଅନୁଧ୍ୟାନ କରିଥିଲା। ରେଳବାଇ ମନ୍ତ୍ରାଳୟକୁ ୨୦୧୯ ଜାନୁଆରୀ ମାସରେ ଚିଠି ଲେଖି, ପ୍ରକଳ୍ପର ରେଟ୍‌ ଅଫ ରିଟର୍ଣ୍ଣ ୧୭.୩୧ ୧୭.୩୧% ବୋଲି ଉଲ୍ଲେଖ କରିଥିଲା। କିନ୍ତୁ ଅର୍ଥନୈତିକ ଦୃଷ୍ଟିରୁ ଲାଭଦାୟକ ନଥିବାରୁ ପ୍ରକଳ୍ପ କାମ ଆଗକୁ ନ ବଢାଇବାକୁ ୨୦୧୯ ଜୁଲାଇ ମାସରେ ରେଳମନ୍ତ୍ରାଳୟ ଇଷ୍ଟକୋଷ୍ଟକୁ ଚିଠି ଲେଖି ଜଣାଇଥିଲା। ପରେ ୨୦୧୯ ଅକ୍ଟୋବର ମାସରେ ପ୍ରକଳ୍ପ ଲାଗି ରେଳବାଇ ବୋର୍ଡ ମାଗଣା ଜମି ସହ ବିସ୍ଥାପନ ଓ ଥଇଥାନ ଖର୍ଚ୍ଚ ବହନ ପାଇଁ ରାଜ୍ୟ ସରକାରଙ୍କୁ ଲେଖିଥିଲା ଚିଠି। ମୁଖ୍ୟମନ୍ତ୍ରୀ ମାଗଣ ଜମି ପାଇଁ ଅନୁମୋଦନ କରିଥିଲେ। ଏହାସହ ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସରକାରଙ୍କ ସବୁ ପ୍ରକାର ସହଯୋଗ ସତ୍ୱେ ପ୍ରକଳ୍ପ କାମ ଆଗକୁ ବଢି ନାହିଁ।

ପେପର କାମ କିମ୍ବା ସର୍ଭେ କାମ ଆରମ୍ଭ ହୋଇ ନଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହ ଗୁରୁତ୍ୱପୂର୍ଣ୍ଣ ବରଗଡ଼-ନୂଆପଡ଼ା ରେଳଲାଇନରେ ନିବେଶ କରି ପଦ୍ମପୁର ଏବଂ ଏହାର ଆଖପାଖ ଅଂଚଳ ସମାଜାକି ଓ ଅର୍ଥନୈତିକ ବିକାଶରେ ଭାଗୀଦାର ହେବାକୁ ଆହ୍ଵାନ କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।… ପଦ୍ମପୁର ଉପନିର୍ବାଚନ ପାଇଁ କ୍ୟାମ୍ପେନ ଚାଲିଛି। ଏ ସମୟରେ ପଦ୍ମପୁର ପାଇଁ ରେଳ ଲାଇନ ବଡ଼ ମୁଦ୍ଦା ହୋଇ ସାମ୍ନାକୁ ଆସିଛି। ବିଜେଡି ଏ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.