ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର ଅଭିନବ ପ୍ରୟାସ, ମିଳିବ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି

ଭୁବନେଶ୍ବର(କେନ୍ୟୁଜ୍): ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର ଅଭିନବ ପ୍ରୟାସ । ଦୁର୍ଘଟଣା ରୋକିବାକୁ ପ୍ରଥମ ଥର ପାଇଁ ପରିବହନ ବିଭାଗ ପକ୍ଷରୁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରୁଛି । ଦେଶରେ ପ୍ରଥମ କରି ଓଡ଼ିଶା ପରିବହନ ବିଭାଗ ଏହି ପନ୍ଥା ଆପଣାଇଛି । ଜନ ସାଧାରଣ ପଠାଇଥିବା ଫିଲ୍ମରୁ ଶ୍ରେଷ୍ଠ ୨୦ଟି ଚୟନ କରାଯିବ। ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ରାଶି ବୃଦ୍ଧି କରାଯାଇଛି ।

୫୦ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ପୁରସ୍କାର ରାଶି । ପ୍ରଥମ ରନର ଅପ୍‌ ପୁରସ୍କାର ରାଶି୪୦ ହଜାରରୁ ୮୦ ହଜାରକୁ ବୃଦ୍ଧି କରାଯାଇଛି । ସେହିପରି ୨ୟ ରନର ଅପ୍‌ ପୁରସ୍କାର ରାଶି ୬୦ ହଜାର ଟଙ୍କା ରଖାଯାଇଛି । ଶ୍ରେଷ୍ଠ ନିର୍ଦ୍ଦେଶକ ପାଇଁ ୨୫ ହଜାର, ଶ୍ରେଷ୍ଠ ସ୍କି୍ରନ ପ୍ଲେ ପାଇଁ ୨୫ ହଜାର, ଶ୍ରେଷ୍ଠ ସିନେମାଟେପ୍ରାଫି ପାଇଁ ୨୫ ହଜାର, ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପାଇଁ ୨୫ ହଜାର ଟଙ୍କା ଘୋଷଣା କରଯାଇଛି ।

ପୋଲିସ ଭବନରେ ଉଦଘାଟନୀ ସମାରୋହରେ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ ଏହି ଘୋଷଣା କରଛନ୍ତି । ଓଡ଼ିଆ ଓ ଅଣ ଓଡ଼ିଆ ଭାଷାରେ ଲୋକ ନିଜର କ୍ଷୁଦ୍ର ଚଳଚ୍ଚିତ୍ର ପଠାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.