ସମୁଦ୍ରରେ ବୁଡ଼ିଗଲା ମାଛ ଧରା ଟ୍ରଲର, ଅଳ୍ପକେ ବର୍ତ୍ତିଲେ୯ ଜଣ ମତ୍ସ୍ୟଜୀବୀ

ଜଳେଶ୍ୱର : ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ମୁହାଣରେ ନିକଟରେ ସମୁଦ୍ରରେ ବୁଡ଼ିଗଲା ମାଛ ଧରା ଟ୍ରଲର । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ୯ ଜଣ ମତ୍ସ୍ୟଜୀବୀ । ଗତକାଲି ଅପରାହ୍ନରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରୁ ମାଛ ଧରି ଦୀଘା ମୁହାଣକୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ଯାନ୍ତ୍ରିକ ତ୍ରୂଟି ଯୋଗୁଁ ଟ୍ରଲରଟି ଗଭୀର ସମୁଦ୍ରର ଫସି ଯାଇଥିଲା । ଖବର ପାଇ ଅନ୍ଯ ଏକ ସ୍ପିଡ୍ ବୋଟ ଗଭୀର ସମୁଦ୍ର ଭିତରକୁ ଯାଇ ବୁଡି ଯାଉଥିବା ଟ୍ରଲରୁ ୯ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା ।
ସେହିପରି ଗତଦୁଇ ଦିନ ତଳେ ଭଦ୍ରକ ଚାନ୍ଦବାଲିରୁ ୮ ଜଣ ଯାତ୍ରୀଙ୍କୁ ଧରି ଧାମରା ଆସିଥିଲା ଯାତ୍ରୀବାହୀ ବୋଟ । ବୋଟ ଚାଳକଙ୍କ ଅସାବଧାନତା ଯୋଗୁ ଏକ ମାଛଧରା ଟ୍ରଲରକୁ ଧକ୍କା ଦେଇଥିଲା । ଫଳରେ ବୋଟଟି ବୁଡ଼ି ଯାଇଥିଲା । ଟ୍ରଲରରେ ଥିବା ମତ୍ସ୍ୟଜୀବୀ ବୋଟରେ ଥିବା ସମସ୍ତ ଯାତ୍ରୀଙ୍କୁ ସରକ୍ଷିତ ଭାବେ ଉଦ୍ଧାର କରି ଧାମରା ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା । ଧାମରାରେ ମକର ମେଳା ଚାଲୁଥିବା ବେଳେ ନଦୀ ପଥରେ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା ।
Also Read : ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ, ୮ ଯାତ୍ରୀ ଉଦ୍ଧାର