ମଝି ସମୁଦ୍ରରେ ବୁଡ଼ିଗଲା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ୭ ମତ୍ସ୍ଯଜୀବୀ

ପାରାଦୀପ(କେନ୍ୟୁଜ): ମଝି ସମୁଦ୍ରରେ ବୁଡ଼ିଗଲା ଟ୍ରଲର । ଅଳ୍ପକେ ବର୍ତ୍ତିଗଲେ ମତ୍ସ୍ଯଜୀବୀ । ପାରାଦୀପ ସମୁଦ୍ରରେ ବୁଡ଼ିଲା ମାଛଧରା ଟ୍ରଲର । ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କଲା ଅନ୍ୟ ଏକ ବୋଟ୍‌ ।

ଗତକାଲି ରାତିରେ ଟ୍ରଲରର ଏକ ପଟା ଛାଡିଯିବା କାରଣରୁ ପାଣି ପଶିଯାଇଥିଲା । ତେବେ ୭ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର ହେବାର ୧୫ ମିନିଟ ପରେ ଟ୍ରଲରଟି ସଂପୂର୍ଣ୍ଣ ଭାବରେ ବୁଡ଼ିଯାଇଥିଲା ।

Leave A Reply

Your email address will not be published.