ସମ୍ବଲପୁର (କେନ୍ୟୁଜ୍) :ଆହତ ହୋଇ ଜଙ୍ଗଲରେ ଘୂରି ବୁଲୁଥିବା ହାତୀର ଚିକିତ୍ସା ଆରମ୍ଭ ହେଲା । ସମ୍ବଲପୁର ପଡିଆବାହାଲ ଫରେଷ୍ଟ ଅଞ୍ଚଳର ହିରୋ ଗାଁ ନିକଟରେ ଥିବା ଏକ ଜଂଗଲରେ ଗତ କିଛି ଦିନ ହେବ ଏକ ଦନ୍ତାହାତୀ ଆହତ ହୋଇ ଘୂରି ବୁଲୁଥିଲା ।
ଆଜି ଭୁବନେଶ୍ୱର ଓୟୁଏଟିର ସର୍ଜରୀ ବିଭାଗର ବରିଷ୍ଠ ପ୍ରଫେସର ଅନ୍ତର୍ଜାମୀ ନାଥଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଆସି ଆହତ ହାତୀକୁ ଟ୍ରାଙ୍କୁଲାଇଜ କରିବା ସହ ଚିକିତ୍ସା ଆରମ୍ଭ କରିଛନ୍ତି । ଦୁଇ ହାତୀଙ୍କ ମଧ୍ୟରେ ଲଢେଇ ଯୋଗୁ ହାତୀଟି ଜଖମ ହୋଇଥିବା ଜଣାପଡ଼ିଛି । ହାତୀଟିର ଗୋଡରେ ଗୁରୁତର ଆଘାତ ଲାଗିଛି । ହାତୀ ଦେହରେ କୌଣସି ଗୁଳି କିମ୍ବା ତୀର ବାଜି ନଥିବା ସମ୍ବଲପୁର ଡିଏଫଓ ସୂଚନା ଦେଇଛନ୍ତି ।