ରାସ୍ତାରେ ଉପୁଡ଼ି ପଡ଼ିଥିବା ଗଛକୁ ପିଟିଲା ବସ୍ , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ସୋର: ଗଛ ଡ଼ାଳ ବାଜି ଭାଙ୍ଗିଲା ବସର ସାମ୍ନା କାଚ। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର। ଆଜି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗାଣ୍ଡିବେଡ଼ ବଜାର ନିକଟରେ ଘଟିଛି ଏହି ଦୁର୍ଘଟଣା । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି ।

ସୂଚନା ଅନୁସାରେ ‘BT & BT’ ନାମକ ଏକ ଘରୋଇ ଆଜି ଭୋରରୁ ଯାତ୍ରୀଙ୍କୁ ଧରି ବାଲେଶ୍ୱର ଜିଲ୍ଲା ଔପଦାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ମାତ୍ର ଗାଣ୍ଡିବେଡ଼ଠାରେ ବଙ୍କାଣି ମୁଣ୍ଡରେ ଏକ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇ ଯାଇଥିଲା । ଡ୍ରାଇଭରଜଣକ ଦ୍ରୁତ ଗତିରେ ଆସୁଥିବା ବେଳେ ଏହା ଜାଣି ପାରି ନ ଥିଲେ। ଫଲରେ ବସ୍‌ଟି ଗଛରେ ମାଡ଼ ହୋଇଥିଲା । ଖବର ପାଇ ପୋଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିବା ବେଳେ ଗଛ ସମେତ ବସ୍‌କୁ ରାସ୍ତାରୁ ହଟାଇବାକୁ ପ୍ରୟାସ ଆମ୍ଭ କରିଛନ୍ତି। ଏଥିଯୋଗୁ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।