କିସ୍ର ସୁରକ୍ଷା ପାଇଁ ବାହାରିଲେ ଜନଜାତି
ଭୁବନେଶ୍ୱର : କିସ୍କୁ ଲଗାତାର ବଦନାମ କରାଯାଉଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏବେ ଭୟଭୀତ। ଗ୍ରୀଷ୍ମ ଛୁଟି ପରେ ସ୍କୁଲ୍ ଖୋଲିବା ପୂର୍ବରୁ କିସ୍ର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ଏଥିପାଇଁ କିସ୍ର ୪୦ ହଜାର ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ୫ଶହ ପ୍ରତିନିଧି ଓ ଜନଜାତି ନେତା ଆଜି କିସ୍ ରେ ପହଞ୍ଚି କିସ୍ର ସୁରକ୍ଷା ନେଇ ବ୍ୟାପକ ଆଲୋଚନା କରିଥିଲେ । କୌଣସି କାରଣ ନଥାଇ କିସ୍ ଉପରେ ନିୟମିତ ଆକ୍ରମଣ କରାଯାଉଥିବାରୁ ସେମାନେ ମର୍ମାହତ ହୋଇଛନ୍ତି ।
କିସ୍ ହେଉଛି ଜନଜାତିଙ୍ ଜୀବନ ରେଖା ଏବଂ କିସ୍ ପରିଚାଳନାରେ କିଟ୍ ଅନୁଷ୍ଠାନର ପ୍ରମୁଖ ଭୂମିକା ରହିଛି ବୋଲି ସେମାନେ କହିଛନ୍ତି । ଆଲୋଚନା ସମୟରେ ଆଗାମୀ ୧୫ ଦିନ ସ୍ଥିତି ସମୀକ୍ଷା କରିବା ପରେ ସ୍ଥିତିରେ ସୁଧାର ନଆସିଲେ ଏହାକୁ ପ୍ରତିହତ ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେମାନେ ପ୍ରକାଶ କରିଥିଲେ । କିସ୍ ସମଗ୍ର ଜନଜାତି ସମାଜ ପାଇଁ ଏକ ସମ୍ମାନର ପ୍ରଶ୍ନ ବୋଲି ସେମାନେ ମତ ଦେଇଛନ୍ତି ।