ବାଙ୍କୀରେ ଗୋଷ୍ଠୀ ସଂଘର୍ଷ, ତାଳବସ୍ତ ବନହରା ଆଦିବାସୀ ସାହିରେ ଘଟିଛି ଘଟଣା

ବାଙ୍କୀ : ଗୋଷ୍ଠୀ ସଂଘର୍ଷରୁ ଘର ଜାଳିଦେଲେ । ପୂର୍ବ ବିବାଦ ଓ କାଜୁ ନିଲାମକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୧୨ ଆହତ । ୪ ବଖରା ଘର ପୋଡ଼ିବା ସହ ଉଭୟ ପକ୍ଷରୁ ଟେକା ପଥର ମାଡ଼ ହୋଇଛି । ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ବନହରା ଆଦିବାସୀ ସାହିରେ ସଂଘର୍ଷ ଘଟିଛି ।
ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ। ଉଭୟ ପକ୍ଷରୁ ୧୨ରୁ ଉର୍ଦ୍ଧ ଆହତ ଡମପଡା ମେଡିକାଲରେ ଭର୍ତ୍ତି। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି । ସମସ୍ତ ଆହତଙ୍କୁ ଡମପଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଉତ୍ତେଜନା ଲାଗିରହିଥିବାରୁ ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
Also read: ଅନ୍ଧବିଶ୍ବାସ ହେଲା କାଳ: ଗୁଣିଗାରେଡ଼ି ସନ୍ଦେହରେ ଗୋଷ୍ଠୀ ସଂଘର୍ଷ, ୩ ମୃତ; ୩ ଗୁରୁତର