ଶେଷ ହୋଇଛି ଜାତୀୟ ଆଦିବାସୀ ଲୋକ ମହୋତ୍ସବ ପରବ, ଯୋଗ ଦେଲେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ
ଜୟପୁର : ପାଞ୍ଚଦିନ ଧରି ଚାଲିଥିବା ଜାତୀୟ ଆଦିବାସୀ ଲୋକ ମହୋତ୍ସବ ପରବ ଆଜି ଶେଷ ହୋଇଛି । ୨୭ବର୍ଷର ପରବ ଅନେକ ନୁଆ କୀର୍ତ୍ତି ସାଉଁଟିବା ସହିତ ଏକ ନୁଆ ଛାପ ଛାଡ଼ିଛି । ପଞ୍ଚମ ତଥା ଶେଷ ଦିନରେ ମୁଖ୍ୟ ଅତିଥି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତି ପ୍ରଭାତି ପରିଡା ଯୋଗ ଦେଇ କୋରାପୁଟର ପର୍ଯ୍ୟଟନ ମାନଚିତ୍ର ଖୁବ ଶୀଘ୍ର ନୂଆରୂପ ପାଇବା ସହ ବିକାଶର ନୁଆ ଫର୍ଦ ଯୋଡିବାର ପ୍ରତିଶୃତି ଦେଇଛନ୍ତି । ମନ୍ତ୍ରୀ ପ୍ରଭାତି ପରିଡା ଜିଲ୍ଲାରେ ନୁଆ ଆଦିବାସୀ ମ୍ୟୁଜିୟମ ନିର୍ମାଣ ନେଇ ମଧ୍ୟ ପ୍ରତିଶୃତି ଦେଇଛନ୍ତି ।
ସେପଟେ ଶେଷ ଦିନରେ ପରବ ମଞ୍ଚର ଆକର୍ଷଣ ଥିଲେ ସଙ୍ଗୀତ ଜଗତର ସେନ୍ସସନ ଯୋଡି ପୱନଦିପ ଓ ଅରୁଣିତା କାଞ୍ଜିଲାଲ ନିଜ ଗୀତରେ ଦର୍ଶକଙ୍କ ମନ ମୋହିଥିଲେ । ପଲ୍ଲୀଶ୍ରୀ ମେଳାରେ ଚତୁର୍ଥ ଦିବସ ସୁଧା ୧୩କୋଟି ବ୍ୟବସାୟ ହୋଇଥିବା ବେଳେ ଶେଷ ସୁଧା ୧୫ କୋଟି ବ୍ୟବସାୟ ଲକ୍ଷ୍ୟ ରଖିଥିବା କହିଛନ୍ତି ଜିଲ୍ଲାପାଳ । ଆଜିର ଆକର୍ଷଣ ଯୋଡିକୁ ଦେଖିବାକୁ ପ୍ରବଳରୁ ପ୍ରବଳ ଜନସମାଗାମ ହୋଇଥିବା ବେଳେ ପୱନ ଦୀପ କହିଛନ୍ତି କୋରାପୁଟ ତାଙ୍କୁ ବହୁତ ଭଲଲାଗିଛି ଆଉ ପରବ ମଞ୍ଚ ଓ ପାହାଡ଼ ସାଜସଜାର ପ୍ରଶଂସା କରିଥିଲେ ।
ଜିଲ୍ଲାପାଳ ପରବର ସଫଳତା ନେଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଆଗକୁ ପରବ ଆହୁରି ବଡ଼ ଧରଣର କରିବା ଆଶା ରଖିଛନ୍ତି । ସେପଟେ ଜୟପୁର ବିଧାୟକ ତାରା ବାହିନୀପତୀ କହିଛନ୍ତି କୋରାପୁଟ ବିକାଶ ନିଜ ଅଞ୍ଚଳର ଉର୍ନ୍ନତି ତାଙ୍କ ଓ ଅନ୍ୟ ସମସ୍ତ ବିଧାୟକଙ୍କ ମତ ଆଉ ମୁଖମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଭିନ୍ନ ବିଭାଗୀୟ ମନ୍ତ୍ରୀ ପରବ ମଞ୍ଚରେ ଯୋଜନା ଘୋଷଣା କରିବା ଏହା ଜିଲ୍ଲାର ବିକାଶ ପାଇଁ ପଦକ୍ଷେପ ନେବା କହିଚନ୍ତି ଆଉ ବିଶ୍ୱାସ ଲୋକଙ୍କ ଆଶା ପୂରଣ କରିବେ ଯାହା ପରବର ମୁଳ ଲକ୍ଷ୍ୟ ।