କିସ୍ ଛାତ୍ରଛାତ୍ରୀଙ୍କ ଉପରେ ବାହ୍ୟଶକ୍ତିଙ୍କ ଆକ୍ରମଣ ଯୋଗୁଁ ଅତିଷ୍ଠ ଜନଜାତି ଅଭିଭାବକ, ଆଦିବାସୀ ସଂଗଠନ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର : କିସ୍ ଛାତ୍ରଛାତ୍ରୀଙ୍କ ଉପରେ ଘନଘନ ବାହ୍ୟଶକ୍ତିଙ୍କ ଆକ୍ରମଣ ଯୋଗୁଁ ଅତିଷ୍ଠ ଥିବା ଜନଜାତି ଅଭିଭାବକ ଆଦିବାସୀ ସଂଗଠନ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି  । ଏଥିପାଇଁ ଆଜି ଓଡ଼ିଶାର ସମସ୍ତ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଜନଜାତି ଅଭିଭାବକ କିସ୍ ରେ ପହଁଚିଛନ୍ତି । କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମନୋବଳ ବଢ଼ାଇବା ପାଇଁ ସେମାନେ କିସ୍ ରେ ଏକତ୍ରିତ ହୋଇଛନ୍ତି ।

ବାହ୍ୟ ଦୁଷ୍ଟଶକ୍ତି ପ୍ରଭାବରେ ଜନଜାତି ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । କିସ୍ ଭଳି ଅନୁଷ୍ଠାନ ପୂର୍ବରୁ କେବେ ନଥିଲା, ଭବିଷ୍ୟତରେ ମଧ୍ୟ କେବେ ତିଆରି ହୋଇପାରିବ ନାହିଁ । ଆମେ ଆମ ଭବିଷ୍ୟତର ସୁରକ୍ଷା ପାଇଁ ନିଶ୍ଚିତ ଭାବେ ଆଗକୁ ଆସିଛୁ ବୋଲି ସଂଗଠନଗୁଡିକ ତରଫରୁ କୁହାଯାଇଛି ।

kiit-1

ଏହି ଅବସରରେ ଅଭିଭାବକମାନେ ଓଡ଼ିଶାର ସମସ୍ତ ଜିଲ୍ଲାରେ କିସ୍ ଓ କିଟ୍ ବିରୋଧରେ ହେଉଥିବା ଅନ୍ୟାୟ ବିରୋଧରେ ଆନ୍ଦୋଳନ କରିବେ ବୋଲି ଦାବି କରିଥିଲେ। ତେବେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସେମାନଙ୍କୁ ଶାନ୍ତ୍ୱନା ଦେବା ସହ କହିଛନ୍ତି- ବର୍ତମାନ ଉପଯୁକ୍ତ ସମୟ ଆସିନାହିଁ । ସମୟକୁ ଅପେକ୍ଷା କରିବା ପାଇଁ ଡ. ସାମନ୍ତ ସେମାନଙ୍କୁ ବୁଝାଇଥିଲେ।