ଖଡିଆଳ: ସ୍ଥାୟୀ ଜମିପଟ୍ଟା ପ୍ରଦାନ ଦାବି ନେଇ ବ୍ଳକ ଅଫିସ ସମ୍ମୁଖରେ ବନବାସୀଙ୍କ ବିକ୍ଷୋଭ

ନୂଆପଡା ଜିଲ୍ଲା ଖଡିଆଳ ବ୍ଳକ କାର୍ଯ୍ୟଳୟ ସମ୍ମୁଖରେ ହଜାର ହଜାର ବନବାସୀଙ୍କ ବିକ୍ଷୋଭ । ଦୀର୍ଘ ବର୍ଷ ଧରି ପହରିଆ, ଚକୋଟିଆ ଓ ଗଣ୍ଡ ସମ୍ପ୍ରଦାୟର ଲୋକେ ଜଙ୍ଗଲକୁ ଅକ୍ତିଆର କରି ରହୁଛନ୍ତି । ସେମାନଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଜଙ୍ଗଲ ଅଧିକାର ଆଇନ ୨୦୦୬ ପ୍ରଣୟନ କରିଛନ୍ତି । ବର୍ଷ ବର୍ଷ ଧରି ବନବାସ କରୁଥିବା ଆଦିବାସୀଙ୍କୁ ଜମିପଟ୍ଟା ବଣ୍ଟନ କରାଯିବା ବୋଲି ଧାର୍ଯ୍ୟ କରିଛନ୍ତି । ହେଲେ ଜିଲ୍ଲା ପ୍ରଶାସନ ଛୋଟ ଛୋଟ ଗାଁ ଗୁଡିକୁ ରାଜସ୍ୱ ଗାଁର ମାନ୍ୟତା ପ୍ରଦାନ କରିନଥିବାରୁ ସେମାନେ ଜମିପଟ୍ଟା ପାଇନାରୁନାହାନ୍ତି । ସେପଟେ ଗତ ଫେବ୍ରୁଆରୀ ୧୩ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଙ୍ଗଲ ଜମିରେ ବାସ କରୁଥିବା ଲୋକଙ୍କୁ ଉଚ୍ଛେଦ କରିବା ପାଇଁ ନିୟମ ରହିଛି । ଏନେଇ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଉଚ୍ଛେଦ ନୋଟିସ୍‌ ଜାରି କରିଛନ୍ତି । ଏହାକୁ ବିରୋଧ କରି ହଜାର ହଜାର ଲୋକ ବିକ୍ଷୋଭ କରିଛନ୍ତି । ସେପଟେ ସମସ୍ୟାର ସମାଧାନ କରାଯିବା ନେଇ ଇନଚାର୍ଜ ବିଡିଓଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା । ଆସନ୍ତା ୨୦ ତାରିଖ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.