CDS ବିପିନ ରାୱତଙ୍କ ଅକାଳ ବିୟୋଗରେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର (କେନ୍ୟୁଜ): କୁହାଯାଏ “ବୀରର କେବେ ମୃତ୍ୟୁ ହୁଏନି, ସେମାନେ ସବୁବେଳେ ଅମର”। ଆଉ ତାଙ୍କ ବୀରତ୍ବର ଗାଥାର ଛାପ ଛାଡି ଦେଇ ଯାଆନ୍ତି ଜନସାଧାରଣଙ୍କ ହୃଦୟରେ। ସେହିପରି ଜଣେ ‘ଝଡ଼ର ଇଗଲ ବା ଭାରତ ମାତାର ବୀର ସନ୍ତାନ ଥିଲେ ବିପିନ ରାୱତ’। ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାରେ ବିପିନ ସିନା ଚାଲିଗଲେ କିନ୍ତୁ ସାରା ଦେଶରେ ଖେଳି ଯାଇଛି ଶୋକର ଛାୟା।

ତାମିଲନାଡୁ କୁନ୍ନୁରରେ ବାୟୁସେନାର Mi-17V5 ହେଲିକପ୍ଟର କ୍ରାସ୍ ଘଟଣାରେ ଶହୀଦ ହୋଇଥିବା ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ, ସେନାର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଯବାନ ଅକାଳ ବିୟୋଗରେ ପ୍ରାଣ ହରାଇଛନ୍ତି । ସାରା ଦେଶ ଉକ୍ତ ଘଟଣାରେ ସ୍ତବ୍ଧ ଥିବାବେଳେ ଦେଶର କୋଣ ଅନୁକୋଣରୁ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି।

utkal

ଏହି ପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ଏନେଇ ଉତ୍କଳ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଏକ କ୍ୟାଣ୍ଡେଲ ମାର୍ଚ୍ଚ ଆୟୋଜନ କରାଯାଇଥିଲା। ଏଥି ସହିତ ଏହି ଘଟଣାରେ ଦେଶପାଇଁ ପ୍ରାଣବଳି ଦେଇଥିବା ଆମ ଓଡ଼ିଆ ପୁଅ ତଥା ଭାରତୀୟ ସେନାର ଜୁନିଅର ୱାରେଣ୍ଟ ଅଫିସର ରାଣାପ୍ରତାପ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇ ମୁଖ୍ୟ ଫାଟକ ନିକଟରେ ଛାତ୍ରଛାତ୍ରୀ ମାନେ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ।

ବିଦାୟ ବିପିନ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.