ପୁଣି ଜାତୀୟ ସ୍ତରରେ ଓଡ଼ିଆଙ୍କ ଦବଦବା, IRDA କମିଟିରେ ସ୍ଥାନ ପାଇଲେ ତ୍ରିନାଥ ଲେଙ୍କା

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବୀମା ନିୟାମକ ଆୟୋଗଙ୍କ ଦ୍ୱାରା ଗଠିକ କମିଟିରେ ସ୍ଥାନ ପାଇଛନ୍ତି ଡବ୍ଲୁସି ୱାଲେଟ ଆଡଭାଇଜରୀର ପ୍ରିନ୍ସିପାଲ ଅଫିସର ତ୍ରିନାଥ ଲେଙ୍କା । ବୀମା ବାହାକ ଓ ବୀମା ବିସ୍ତାର କାର୍ଯ୍ୟକାରୀ ପାଇଁ ଆୟୋଗ ଗଠନ କରିଥିବା ୨୪ ଜଣିଆ କମିଟିରେ ସେ ସ୍ଥାନ ପାଇଛନ୍ତି । ଏହି କମିଟିରେ ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବୀମା କମ୍ପାନୀର ଏମଡି ଓ ସିଇଓ ସ୍ଥାନ ପାଇଛନ୍ତି । ଏଥିସହିତ ଏଜେଣ୍ଟ ଓ ବ୍ରୋକର ସଂଘର ସଭାପତି ମଧ୍ୟ ରହିଛନ୍ତି । ସମସ୍ତଙ୍କ ପାଇଁ ବୀମା ଲକ୍ଷ୍ୟ ରଖିଥିବା ଭାରତ ସରକାର ଏନେଇ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । ତେବେ କମିଟିରେ ଜଣେ ଓଡିଆ ସ୍ଥାନ ପାଇଥିବାରୁ ଓଡିଶାବାସୀଙ୍କ କଥା ମଧ୍ୟ ଏଥିରେ ସ୍ଥାନ ପାଇବାର ସମ୍ଭବନା ରହିଛି ।

ତ୍ରୀନାଥ ଲେଙ୍କା ଏବେ ୱାଲେଟ ଫର ୱେଲଥର ଏମଡି ରହିଛନ୍ତି । କମିଟି ଗଠନ ହେବାର ୨୧ ଦିନ ମଧ୍ୟରେ ଏକ ବୈଠକ ବସିବ । ସମସ୍ତେ ସେମାନଙ୍କ ମତ ଦେବେ । ଏହାପରେ ଏକ ଚୂଡାନ୍ତ ରିପୋର୍ଟ IRDA ଅଧ୍ୟକ୍ଷଙ୍କ ନିକଟରେ ଉପସ୍ଥାପନ କରାଯିବ । ଗ୍ରାମାଞ୍ଚଳର ଖଟିଖିଆ ହେଉ କି ସହରର ବସ୍ତିରେ ରହୁଥିବା ବାସିନ୍ଦା ହୁଅନ୍ତୁ, ଅବହେଳିତ ବର୍ଗଙ୍କ କଥା ହେଉ କି ମହିଳା ସମସ୍ତେ ବୀମା ପରିସରଭୁକ୍ତ ହେବେ । ଏଭଳି ପରିକଳ୍ପନା କରୁଛନ୍ତି ସରକାର।