ପିପିଲି (କେ ନ୍ୟୁଜ୍) : ଜାତୀୟ ରାଜପଥରେ ବର୍ବରୋଚିତ ହତ୍ୟା। ପୁରୀ ଜିଲ୍ଲା ପିପିଲି ପଟ୍ଟନାୟିକିଆ ଛକ ସ୍ଥିତ ସରଦେଇପୁର ଗାଁରେ ୩ଜଣଙ୍କୁ ଖଣ୍ଡାରେ ହାଣି ବୀଭତ୍ସ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକମାନେ ଗୋଟିଏ ପରିବାରର ତିନି ଭାଇ ପଞ୍ଚୁ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା ଏବଂ କୃଷ୍ଣଚନ୍ଦ୍ର ବେହେରା। ଜମି ବାଡି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନେ କାଠଫାଳିଆ, ଲୁହା ରଡ଼ ଓଖଣ୍ଡାରେ ନିର୍ମମ ହତ୍ୟା କରି ନିର୍ବିଘ୍ନରେ ଫେରାର ହୋଇଯାଇଥିଲେ। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା ।
ରଥଯାତ୍ରା ପାଇଁ ଜାତୟ ରାଜପଥ ଭିଡ଼ ଥିବା ବେଳେ ୩ ଘଣ୍ଟା ଧରି ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଉତ୍ତେଜନାକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ କରଯାଇଥିଲା। ପରେ ପୁରୀ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିରେ ସଂପୃକ୍ତ ୨ ଜଣଙ୍କୁ ପୋଲିସ ଅଟକ ରଖିବା ପରେ ରାସ୍ତାରୋକ ହଟିଥିଲା। ସତ୍ୟବାଦୀ ଓ ପିପିଲି ପୋଲିସ ଘଟଣାର ଛାନ୍ଭିନ୍ କରୁଛି।