କେନ୍ଦ୍ରାପଡାରେ ତିନ ତଲାକ ଅଭିଯୋଗ

କେନ୍ଦ୍ରାପଡାରେ (କେନ୍ୟୁଜ୍) : ତିନ ତଲାକ ଅଭିଯୋଗ । ମୀରପାଟଣା ଗାଁର ରୁମାନା ପରବିନଙ୍କୁ ତାଙ୍କ ସ୍ୱାମୀ ସଲ୍ଲାଉଦ୍ଦିନ ଖାଁ ତିନ ତଲାକ ଦେଇଥିବା ଅଭିଯୋଗ ହୋଇଛି । କନ୍ୟା ସନ୍ତାନ ଜନ୍ମ ଓ ଯୌତୁକ ଦାବିରେ ସଲ୍ଲାଉଦ୍ଦିନ ଓ ତାଙ୍କ ପରିବାର ଲୋକ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ତିନ ତଲାକ ଦେଇ ଘରୁ ବାହାର କରିଥିବା ନେଇ ରୁମାନା ସଦର ପୋଲିସ ଥାନାରେ ମାମଲା ରୁଜୁ କରିଛନ୍ତି । ସୁପ୍ରିମକୋର୍ଟ ତିନ ତଲାକକୁ ଅସାମ୍ବିଧାନିକ ବୋଲି କହିଛନ୍ତି । ଏହି ଆଇନ ଅନୁସାରେ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ସେପଟେ ଆପଷ ବୁଝାମଣା ନ ହେଲେ ପୀଡିତାଙ୍କ ସ୍ୱାମୀ ଓ ପରିବାର ବିରୋଧରେ ମାମଲା ରୁଜୁ ହୋଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିଛି ।