ହଟହଟା ହେଲେ ବାଲିକୁଦା-ଏରସମା ବିଧାୟକ ଭିଡିଓ ହେଲା ଭାଇରାଲ

ଗାଡ଼ି ଚାବି ଛଡ଼ାଇ ନେଲେ, କାଦୁଅ ରାସ୍ତାରେ ଚାଲିବାକୁ ବାଧ୍ୟ କଲେ ଗାଁଲୋକେ

MLAଜଗତସିଂହପୁର: ଅନ୍ଧାରୀ ପହଞ୍ଚାୟରେ ହଟହଟା ହେଲେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି। ଲୋକଙ୍କ ଆକ୍ରୋଶର ଶିକାର ହେଲେ ବିଧାୟକ। ପାଖାପାଖି ଏକ ଘଣ୍ଟା ବିଧାୟକଙ୍କୁ ଅଟକ ରଖିଲେ ଗୁଆମୁଣ୍ଡା ଗାଁଲୋକେ। ବିଧାୟକଙ୍କ ଗାଡ଼ି ଚାବି ଛଡ଼ାଇନେଲେ, କାଦୁଅ ରାସ୍ତାରେ ଚାଲିବାକୁ ବିଧାୟକଙ୍କୁ ବାଧ୍ୟ କଲେ ଗାଁଲୋକେ। ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅନ୍ଧାରୀଠାରୁ ଗୁଆମୁଣ୍ଡା ପର୍ୟ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ।

ଆପ୍ରୋଚ ରୋଡ ହୋଇନଥିବାରୁ ଲୋକେ ଯାଆସ କରିପାରୁନାହାନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଥିଲା। ହେଲେ ଆଜି ଯାଏଁ ନିର୍ମାଣ ହୋଇନାହିଁ। ଏହି ରାସ୍ତା ଦେଇ ବିଧାୟକ ଏକ ବାହାଘର ଭୋଜିକୁ ଯିବା ବେଳେ, ତାଙ୍କ ଗାଡ଼ିକୁ ଅଟକାଇଥିଲେ ଲୋକେ। ତାଙ୍କ ଗାଡ଼ି ଚାବି ଛଡ଼ାଇ ନେବା ସହ, ସେହି କାଦୁଅ ରାସ୍ତାରେ ଚାଲିବାକୁ ବାଧ୍ୟ କରିଥିଲେ। ପାଖାପାଖି ଏକ ଘଣ୍ଟା ବିଧାୟକ ହଟହଟା ହେବା ପରେ ରାସ୍ତା ନିର୍ମାଣ ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏ ନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Leave A Reply

Your email address will not be published.