କୋରାପୁଟରେ ଡେବ୍ୟୁ କରିବ TRS: କେସିଆରଙ୍କୁ କୋରାପୁଟ ଜିଲ୍ଲାର ଟାଣୁଆ ନେତାଙ୍କ ଭେଟ ପରେ ଚର୍ଚ୍ଚା

କୋରାପୁଟ(କେନ୍ୟୁଜ୍): କୋରାପୁଟରୁ ଓଡ଼ିଶାରେ ଡେବ୍ୟୁ କରିବ କି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି । ଗତ କିଛି ଦିନରେ କୋରାପୁଟ ଜିଲ୍ଲାର କିଛି ଟାଣୁଆ ନେତା କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିବା ପରେ ଏଭଳି ଚର୍ଚ୍ଚା ଚାଲିଛି । କେସିଆରଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ୩ଟି ପର୍ଯ୍ୟାୟରେ ତାଙ୍କ ସହ ପାଙ୍ଗୀ କଥା ହୋଇଥିବା ସୂଚନା ମିଳିଛି । ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ କେସିଆରଙ୍କୁ ଭେଟିଥିଲେ ।

ସାରା ଦେଶରେ କେସିଆରଙ୍କ ଭାରତ ରାଷ୍ଟ୍ର ସମିତି ସ୍ଥିତି ଜାହିର କରିବାକୁ ପ୍ରୟାସ କରୁଛି । ଏଭଳି ସ୍ଥିତିରେ କୋରାପୁଟ ଜିଲ୍ଲାର ନେତା ଟିଆରଏସ୍‌ ମୁଖ୍ୟଙ୍କୁ ଭେଟିବା ରାଜ୍ୟ ରାଜନୀତି ସରଗରମ ହୋଇଛି । ଜୟରାମ ପାଙ୍ଗି ପୂର୍ବରୁ ବିଜେଡିରେ ଥିଲେ । ପରେ ବିଜେପିରେ ଯୋଗ ଦେଇ ୨୦୧୯ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ଜୟରାମ ପାଙ୍ଗୀ । ପରବର୍ତ୍ତୀ ସମୟରେ ବିଜେପିରୁ ଇସ୍ତଫା ଦେଇଥିଲେ । ସେହିପରି ପୂର୍ବତନ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବେ ବିଜେପିର ଅଛନ୍ତି ।

Leave A Reply

Your email address will not be published.