ବ୍ରିଜ୍‌ ତଳକୁ ଖସିଲା ଡାଲି ବୋଝେଇ ଟ୍ରକ , ଦୁର୍ଘଟଣାରେ ୩ ଗୁରୁତର

ଚୌଦ୍ୱାର(କେ ନ୍ୟୁଜ୍‌) : ବ୍ରିଜ୍‌ ତଳକୁ ଖସିଲା ଡାଲି ବୋଝେଇ ଟ୍ରକ। ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। କଟକ ଜିଲ୍ଲା ଚୌଦ୍ୱାର ଥାନା ୫୫ନମ୍ବର ଜାତୀୟ ରାଜପଥ ହାଇଲେବୁଲ୍‌ କେନାଲ୍‌ ବ୍ରିଜ୍‌ ଉପରୁ ଟ୍ରକଟି ଖସି ପଡିଥିଲା। ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଛି। ଟ୍ରକଟି ପାରାଦୀପରୁ ଡାଲି ବୋଝେଇ କରି ଅନୁଗୁଳ ଯାଉଥିବା ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।