ବୌଦ୍ଧ ମନମୁଣ୍ଡା ତେଲନଦୀ ସେତୁରେ ଟ୍ରକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେଡ୍ରାଇଭର ଓ ହେଲପର

କଣ୍ଟାମାଳ(କେନ୍ଯୁଜ୍): ବୌଦ୍ଧ ଜିଲ୍ଲା ମନମୁଣ୍ଡା ତେଲନଦୀ ସେତୁରେ ଟ୍ରକ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର ଓ ହେଲପର । ବିଳମ୍ବିତ ରାତିରେ ଏକ ଟମାଟୋ ବୋଝେଇ ଗାଡ଼ି, ରାୟପୁରରୁ ବୁଗୁଡ଼ା ଯିବା ସମୟରେ ପୋଲ ମଛିରେ ଦୁର୍ଘଟଣା ଘଟି ଝୁଲି ରହିଥିଲା ।
ଫଳରେ ୫୭ ନମ୍ବର ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଟ୍ରାଫିକ ଜାମ୍ ହୋଇଥିଲା । ଆଜି ସକାଳେ କ୍ରେନ୍ ସାହାଯ୍ୟରେ ଟ୍ରକକୁ ବାହାର କରାଯାଇଥିଲା ।