ଝାରସୁଗୁଡ଼ା : ରାଜପୁରଠାରେ ଟ୍ରକ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍

ଝାରସୁଗୁଡ଼ା (କେନ୍ଯୁଜ) : ରାଜପୁରଠାରେ ଟ୍ରକ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଫଳରେ ଟ୍ରେନର ଗୋଟିଏ ବଗି ଓଲଟି ପଡ଼ିଛି । ଟ୍ରକ୍ର ବ୍ରେକ୍ ଫେଲ୍ ହୋଇଯିବାରୁ ରେଳ ଧାରଣାରେ ଫସି ଯାଇଥିଲା । ଏତିକି ବେଳେ ଏକ ମାଲବାହୀ ଟ୍ରେନ୍ ଟ୍ରକଟିକୁ ଧକ୍କା ଦେଇଥିଲା । ତେବେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ । ଏହି ରେଳ ଲାଇନ୍ରେ କେବଳ ମାଲବାହୀ ଟ୍ରେନ୍ ଚଳାଚଳ କରିଥାଏ ।